No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ, ଦ ବେଲ୍ ଓ ଭାରତ ଯୋଗ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ପୁରୀ ସହର ତଳି ବସ୍ତି ଅଞ୍ଚଳ ପିଲାଙ୍କ ପାଇଁ ମହାଶିବରାତ୍ରି ଜାଗର ଯାତ୍ରା ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଶୁପକ୍ଷୀ ଐତିହ୍ୟଚିହ୍ନ କାର୍ଯ୍ୟକ୍ରମ “ପଶୁପତି” ଅନୁଷ୍ଠିତ ହୋଇଯାଇଛି ।
ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ଦ ବେଲ୍ ଦ୍ଵାରା ପରିଚାଳିତ ଏକ ଲବ୍ୟ ପାଠଶାଳା ରେ ପଢ଼ୁ ଥିବା ପଚାଶ ରୁ ଉର୍ଦ୍ଧ୍ବ ବସ୍ତି ଅଞ୍ଚଳ ପିଲା ମାନଙ୍କୁ ନନ୍ଦନକାନନ ବସ୍ ରେ ନେଇ ବିଭିନ୍ନ ପଶୁପକ୍ଷୀ ମାନଙ୍କ ବିଷୟରେ ବୁଝାଇ ଦିଆଯାଇଥିଲା l ଧଉଳିଗିରି,ଖଣ୍ଡଗିରି ଓ ବିଭିନ୍ନ ଧର୍ମୀୟ ଐତିହ୍ୟ ସ୍ଥଳ ବୁଲାଇବାକୁ ନିଆଯାଇଥିଲା ।
ଜାଗର ଯାତ୍ରାରେ ମନ୍ଦିର ସଫେଇ ,ଜଳ ଓ ପ୍ରସାଦ ବଣ୍ଟନ ବଦଳରେ ଏ ବର୍ଷ ଭିନ୍ନ ଭାବରେ ଏହାକୁ ପାଳନ କରାଯାଇଥିଲା l ଦ ବେଲ୍ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି ବସ୍ତି ର ପିଲାମାନେ କିପରି ନନ୍ଦନକାନନ ଯାଇ ବିଭିନ୍ନ ଜୀବ ଜନ୍ତୁ ଙ୍କ ସହ ପରିଚିତ ହେବେ, ଧଉଳି ରେ କିପରି ଅଶୋକ ଧର୍ମ ଗ୍ରହଣ କରି ଶାନ୍ତି ର ମାର୍ଗ ରେ ପରିଚାଳିତ ହେଲେ ସେ ସମ୍ପର୍କ ରେ ପିଲାମାନେ ଜ୍ଞାନ ଆରୋହଣ କରିଛନ୍ତି ।
ଜାଗର ଯାତ୍ରା ଅବସରରେ ପିଲାଙ୍କ ମନରେ ଧର୍ମୀୟ ,ଓ ସାଂସ୍କୃତିକ ଭାବଧାରାକୁ ଉଜାଗର କରିବା ପାଇଁ ଏହି ବ୍ୟବସ୍ଥା କରିଛୁ ବୋଲି ଏକଲବ୍ୟ ପାଠ ଶାଳାର ପରିଚାଳକ ଉମେଶ ଚନ୍ଦ୍ର ଦାସ କହିଛନ୍ତି । ଏହି ପରିଦର୍ଶନ କାର୍ଯ୍ୟକ୍ରମ କୁ କଲ୍ୟାଣୀ ସେଠୀ,ତୁଳସୀ ସ୍ୱାଇଁ,ରାଧିକା ଦାସ,ବିଜୟ ସାହୁ ଓ ଅନ୍ୟମାନେ ପରିଚାଳନା କରି ଥିଲେ ।

No Result
View All Result