ଓଡ଼ିଶା ତାଜା ନ୍ୟୁଜ ( ୨୪ ସେପ୍ଟେମ୍ବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ନର୍ଲା ବ୍ଲକ ଅନ୍ତର୍ଗତ ତୁଲାଗାଁ ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନର୍ଲା ସିଡିପିଓଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଖୋଦ ସ୍ଥାନୀୟ ସିଡିପିଓ ଦିପ୍ତୀ ମାର୍ଗାରେଟ ଖଣ୍ଡପାଣିକୁ ଖୋଲାଖୋଲି ଭାବରେ ଉକ୍ତ ଗୋଷ୍ଠୀର ମହିଳା ସଦସ୍ୟା ମାନେ ଅଭିଯୋଗ ଆଣିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହାର କୌଣସି ସତ୍ୟତା ନାହିଁ ବୋଲି ସିଡିପିଓ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ମାଣିକେଶ୍ଵରୀ ସଂୟ ସହାୟକ ଗୋଷ୍ଠୀର ମହିଳା ବାସନ୍ତୀ ରଣାଙ୍କ କହିବା ଅନୁଯାୟୀ ଗତ ୭ ବର୍ଷ ଧରି ତୁଲାଗାଁ ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଛତୁଆ ପ୍ରସ୍ତୁତକରି ସମନ୍ନିତ ଶିଶୁ ବିକାଶ ବିଭାଗକୁ ଯୋଗାଇ ଆସୁଥିଲେ । ଗତ ୩ ବର୍ଷ ଭିତରେ ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀ ସହ ମା ଗାୟତ୍ରୀ ସଂୟ ସହାୟକ ଗୋଷ୍ଠୀ,ରୁପ୍ରାର ମିଳିତ ଉଦ୍ୟମରେ ପୁଣି ସିଡିପିଓଙ୍କ ନିର୍ଦ୍ଦେଶରେ ଛତୁଆ ପ୍ରସ୍ତୁତ କରି ବଣ୍ଟନ କରିଥିଲେ ।
ସେହି ସମୟରେ କୈ।ଣସି ଅଭିଯୋଗ କ୍ରମେ ମା ମାଣିକେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଛତୁଆ ପ୍ରସ୍ତୁତିରେ ପ୍ରତିବନ୍ଧକ ଲଗାଇବା ଯୋଗୁଁ ମହିଳାଙ୍କ କହିବା ମୁତାବକ ସିଡିପିଓ ଦିପ୍ତୀ ମାର୍ଗାରେଟ ଖଣ୍ଡପାଣି ୨ଲକ୍ଷ ଟଙ୍କା ଡିପୋଜିଟ ପରେ ଛତୁଆ ପ୍ରସ୍ତୁତକରି ବଣ୍ଟନ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ମହିଳା ଗୋଷ୍ଠୀ ଧାର କରଜ କରି ଟର୍ମ ଜମା ନାମରେ ୨ ଲକ୍ଷ ଟଙ୍କା ଭାରତୀୟ ଷ୍ଟେଟ ବ୍ୟାଙ୍କ , ନର୍ଲାଠାରେ ତା ୨୦ ମାର୍ଚ୍ଚ ୨୦୨୦ରେ ଜମା କରିଥିଲେ । ଏହି କେନ୍ଦ୍ରର ଅନ୍ୟ ଜଣେ ମହିଳା ବୈଦେହୀ ରଣାଙ୍କ କହିବା ଅନୁଯାୟୀ ପ୍ରତିମାସରେ ଆମେ ୧୦୦୦୦ଟଙ୍କା ,ପ୍ରତିପର୍ବ ପର୍ବାଣୀ, କଳାହାଣ୍ଡି ଉତ୍ସବ ସମୟରେ ୨୦ରୁ ୩୦ ହଜାର ଟଙ୍କା ସିଡିପିଓଙ୍କୁ ଚାନ୍ଦା ଦେବାର ଅଭିଯୋଗ କରିଛନ୍ତି । ବର୍ତମାନ ସମୟରେ ଆମେ ଟଙ୍କାପଇସା ଦେବାରେ ଅବହେଳା କରୁଥିବାରୁ ଆମକୁ ଛତୁଆ ପ୍ରସ୍ତୁତିରୁ ବାଦ ଦିଆଯାଇଛି।ଯାହା ଦ୍ଵାରା ଆମର ପୂର୍ବରୁ ପ୍ରସ୍ତୁତ ଥିବା ହଜାର ହଜାର ଟଙ୍କାର ଛତୁଆ କେନ୍ଦ୍ରରେ ଦୀର୍ଘ ଦିନରୁ ପଡ଼ି ରହିଛି ।
ତେବେ ଅଭିଯୋଗ ସମ୍ପର୍କରେ ଦଳର ଅନ୍ୟ ମହିଳା ଅର୍ଣ୍ଣ ରଣା,ଧନମତି ଗୈ।ଡ଼,ଖମେ ଥପା,ଅମିଳା ଥପା ପ୍ରମୁଖ ସେହି ପ୍ରକାରେ ଗୋଟିଏ ଅଭିଯୋଗ ଆଣୁଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସକାଶେ ଜନସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ସିଡିପିଓଙ୍କ ମତାମତ ନିଆଯିବାରୁ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଛତିଆ ପ୍ରସ୍ତୁତିରେ ଗୋଦାମ,ମେସିନାରୀ ଜିନିଷ ନ ଥିବା,ଖୋଳା ଜାଗାରେ ଶିଶୁଙ୍କ ଖାଦ୍ୟ ପ୍ରସ୍ତୁତ କରିବା ଆଦି ଜିଲ୍ଲାପାଳ, ଉପଜିଲ୍ଲାପାଳ ଉପରିସ୍ଥ ଅଧିକାରୀଙ୍କ ନଜରକୁ ଆସିବାରୁ ଜିଲ୍ଲାପାଳ ଏହାକୁ କାଟିଦେଲେ ବୋଲି କହିବା ସହ ଗୋଟିଏ ବ୍ଳକରେ ଦୁଇରୁ ଅଧିକ ସଂଖ୍ୟକ ଗୋଷ୍ଠୀକୁ ଏହା ଦିଆଯିବ ନାହିଁ ବୋଲି କହିଛନ୍ତି । ପୁଣି ନିଜର ଘର ନଥିବା,ଗୋଦାମର ଅଭାବ, ଆନୁସଙ୍ଗିକ ଉପକରଣ ନ ଥିବା ତଥା ଖୋଲାଖୋଲି ଭାବରେ ଶିଶୁଙ୍କ ଖାଦ୍ୟ ପ୍ରସ୍ତୁତି କରିବା ଠିକ୍ ନୁହେଁ ଦର୍ଶାଇ କଳାହାଣ୍ଡି ଜିଲ୍ଲାପାଳ , ଉପଜିଲ୍ଲାପାଳ ତଦନ୍ତ ପରେ ଏହାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଦର୍ଶାଇଛନ୍ତି । ( ରିପୋର୍ଟ -ପ୍ରଦୀପ କୁମାର ଗଉଡ )