No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମୀର ଆଜମୀର ଅଲ୍ଲୀ ଥିଲେ ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ ର ସଭାପତି l ସେ ଦଳ, ଜାତି ଓ ଧର୍ମର ଉର୍ଦ୍ଧରେ ରହି ଲୋକମାନଙ୍କ ସେବା କରୁଥିଲେ l ମୁସଲିମ କୂଳରେ ଜନ୍ମ ହୋଇଥିଲେବି ଅନ୍ୟ ଧର୍ମ ପ୍ରତି ତାଙ୍କର ସମ୍ମାନ ବୋଧ ରହିଥିଲା l ଏପରିକି ଜଗନ୍ନାଥ ମନ୍ଦିରକୁ ଯିବା, ମହାପ୍ରସାଦ ସେବନ କରିବା ରେ ସେ ପ୍ରଚୁର ଆନନ୍ଦ ପାଉଥିଲେ l ହାଜିପୁର ବଜାର କମିଟି ତରଫରୁ ଆୟୋଜିତ ଦୁର୍ଗାପୂଜା ଉଚ୍ଛବ, ଓ ପରମ ଭକ୍ତ ହନୁମାନ ଙ୍କର ବାର୍ଷିକ ଉଚ୍ଛବରେ ତାଙ୍କର ପ୍ରମୁଖ ଭୂମିକା ଅଭି ନନ୍ଦନୀୟ ଥିଲା ବୋଲି ରବିବାର ତାଙ୍କର ହାଜିପୁର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ମୃତି ସଭାରେ ବକ୍ତା ମାନେ ମତ୍ତ ବ୍ୟକ୍ତ କରିଛନ୍ତି l

ବିଜେଡି ଯୁବନେତା ତୃପ୍ତି ରଞ୍ଜନ ରାୟ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଜେଡି ସଭାପତି ରବିନାରାୟଣ ଜେନା, ରାଜ୍ୟସଭା ସଦସ୍ୟ ମୁନା ଖାଁ, ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ପୂର୍ବତନ ସାଂସଦ ଡା, ରାଜଶ୍ରୀ ମଲ୍ଲିକକ, ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ ବରେଣ୍ୟ ଅତିଥିଭାବେ ଯୋଗଦେଇ ଉପରୋକ୍ତ ମତ ବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କବି ବାମଦେବ ସ୍ୱାଇଁ, କବି ପିତାମ୍ବର ମହାପାତ୍ର, ଗୟାଧର ମହାନ୍ତି, ରାଜକିଶୋର ଆଚାର୍ଯ୍ୟ, ପବିତ୍ର ପଶାୟତ,

ସରପଞ୍ଚ ଆରତୀ ଭୂୟାଁ, ସମିତି ସଭ୍ୟା କଳ୍ପନା ପଶାୟତ, ସମିତି ସଭ୍ୟ ସନ୍ତୋଷ ନାୟକ, ମହମଦ ଇଲ୍ଲୀୟାସ ଖାଁ, କଲ୍ଲିମ ଉଦ୍ଦିନ ଖାଁ, ବିଜେଡି ବ୍ଲକ ସଭାପତି ରବୀନ୍ଦ୍ର କୁମାର ରାଉଳ, ନୃସିଂହ କୁମାର ଦାଶ ନେତ୍ରlନନ୍ଦ ପାତ୍ର, ପ୍ରଦୀପ୍ତ କୁମାର ଭୂୟାଁ, ଦିଲ୍ଲୀପ ମହାପାତ୍ର, ପ୍ରତାପ ବେହେରା, ଟୁଟୁ ମଲ୍ଲିକ, ପୂର୍ବତନ ସରପଞ୍ଚ ବିମଳ ପ୍ରାସାଦ ସେଠୀ, ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ସ୍ମୃତି ଚାରଣ ସଭାରେ ଯୋଗଦେଇ ସ୍ବର୍ଗତ ମୀର ଆଜମୀର ଅଲ୍ଲୀଙ୍କ ସ୍ମୃତିଚାରଣ କରିଥିଲେ ତାଙ୍କର ପୁତ୍ର ଆଜ୍ମଲ ଅଲ୍ଲୀ, ମୀର ଅଖମଲ ଅଲ୍ଲୀ ଓ ମୀର ଅକ୍ରମ ଅଲ୍ଲୀ ଉପସ୍ଥିତ ଥିଲେ l

No Result
View All Result