ଓଡ଼ିଶା ତାଜା ନ୍ୟୁଜ ( ୨୪ ସେପ୍ଟେମ୍ବର ଗୁରୁବାର ) ବରଗଡ଼ :- ଆଜି କୋଭିଟ ୧୯ ର ନୋଡାଲ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାରେ ସାମ୍ପ୍ରତିକ କୋଭିଡ ର ସ୍ଥିତି ଓ ଏହା କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ନିୟମାବଳୀ ର କାର୍ଯ୍ୟକାରୀତା, ହେଲ୍ପ ଡେକ୍ସ ଦ୍ବାରା ଜନସାଧାରଣଙ୍କୁ ରୋଗୀଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ, ମୃତ ରୋଗୀଙ୍କ ର ଶବ ସତ୍କାର ର ସୁବିଧା,ଖାଦ୍ୟର ଗୁଣାତ୍ମକମାନ ଓ ସମୟ ଆଦି ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା ।
ଏଥିପ୍ରତି ଗୁରୁତ୍ଵ ଦେବାକୁ ସେ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ,ପିଠି ଡିଆରଡିଏ କୃତି ବାସ ନାଏକ,ଉପ ଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ବରଗଡ଼ ସିଡିଏମଓ ଡାକ୍ତର ଅରୁଣ କୁମାର ପାତ୍ର,ଏଡିଏମଓ -ପିଏଚ ଡାକ୍ତର ଚୂଳାବତୀ ସାହୁ, ବିକାଶ ଗ୍ରୁପ ର ଅଧ୍ୟକ୍ଷ ମୁରଲି କ୍ରିଷ୍ଣା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)