No Result
View All Result

କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଯାଜପୁର ଜିଲ୍ଲାର ସର୍ବ ପୁରାତ୍ତନ ଶିକ୍ଷ୍ୟାନୁଷ୍ଠାନ ବ୍ୟାସନଗର ପୌରପରିଷଦର ପି ଏମ ଶ୍ରୀ ନୃସିଂହ ଚରଣ ଉଚ୍ଚ ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତୀ ଉପଲକ୍ଷେ ପ୍ଲାଟିନମ ଜୁବୁଲି ଉତ୍ସବ ଅନୁଷ୍ଠିତ ହୋଇଛି l ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ଆଜି ଉଦଘାଟିତ ହୋଇଛି l
ଉଦଘାଟକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ଦାସ, ଯାଜପୁର ଜିଲ୍ଲା ପରିଷଦ ଅଧକ୍ଷା ନଳିନୀ ପ୍ରଭା ଯେନା, ବଡ଼ଚଣା ବିଧାୟକ ଅମର ନାୟକ,
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଅଭ୍ୟର୍ଥନା କମିଟିର ଆବାହକ ତଥା କୋରାଇ ବିଧାୟକ ଆକାଶ ଦାସ ନାୟକ, ବିଦ୍ୟାଳୟ ପ୍ଲାଟିନମ ଜୁବୁଲିର ସଭାପତି ରସାନନ୍ଦ ମହାନ୍ତି, ସମ୍ପାଦକ ଅଭିଳାଷ ଦାସ, ବିଦ୍ୟାଳୟ l ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ l

ସଭାକାର୍ଯ୍ୟ ରସାନନ୍ଦ ମହାନ୍ତିଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିବା ବେଳେ ସମ୍ପାଦକ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ବିଧାୟକ ଶ୍ରୀ ଦାସ ନାୟକ ତାଙ୍କ ଅଭିଭାଷଣରେ ଆୟୋଜକ କର୍ମକର୍ତ୍ତା ଓ ବିଦ୍ୟାଳୟ ଆଲୁମିନକୁ ଧନ୍ୟବାଦ ଦେବା ସହିତ ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖି ଉତ୍ସବକୁ ଆସିଥିବାରୁ କୃତଜ୍ଞତା ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଶିକ୍ଷା କେବଳ ଚାକିରୀର ମାଧ୍ୟମ ନୁହେଁ,ଏହା ବ୍ୟକ୍ତିର ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱର ବିକାଶ ରେ ସହାୟକ ହୋଇଥାଏ l ଏହାକୁ ବିଚାର କରି ଆମ ସରକାର ପ୍ରାଥମିକ ଶିକ୍ଷାକୁ ଅଗ୍ରାଧିକାର ଦେବା ସହିତ ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିକ୍ଷାର ମାନ ବୃଦ୍ଧି କରିବା ଲାଗି ନିର୍ବାଚନ ସମୟରେ

ଆମେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦେଇ ଦୁଇ ବର୍ଷ ମଧ୍ୟରେ ୨୨ ହଜାର ନିୟମିତ ଶିକ୍ଷକ ନିଯୁକ୍ତି କରିଛୁ ଏବଂ ଆଗାମୀ ୩ବର୍ଷ ମଧ୍ୟରେ ଆହୁରି ୪୫ନିୟମିତ ଶିକ୍ଷକ ନିଯୁକ୍ତି ଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ସରକାର ସଂକଳ୍ପ ବଦ୍ଧ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ସମସ୍ତ ଅତିଥି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।

ଆଜିର ଏହି ଗ୍ରସ୍ତ ବେଳେ ଯାଜପୁର ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ,ବରୀ ବିଧାୟକ ପାର୍ଥୀ ଉମେଶ ଜେନା,ବିଜେପି ନେତା ସଂଗ୍ରାମ ପାତ୍ର, ସୁରଜ ଲାଲ ସାମଲ,ପ୍ରକାଶ ଧଳ,ପ୍ରୀତି ରଞ୍ଜନ ସାହୁ,ପ୍ରମୋଦ ନାୟକ, ବିଷ୍ଣୁ ରଥ,ନିରଞ୍ଜନ ଘଡେ଼ଇ, ଚନ୍ଦ୍ର ଶେଖର ପଣ୍ଡା ପ୍ରମୁଖ ଜିଲ୍ଲାର ଶହ ଶହ ସଂଖ୍ୟାରେ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।


No Result
View All Result