ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ଓ ନୟାଗଡ଼ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଆବାହକତ୍ୱରେ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପପୁଲାର କ୍ଲବ ଢେଙ୍କାନାଳ ଓ ସାନ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ନୟାଗଡ଼ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ବସ ମାଲିକ ସଙ୍ଘର ସଭାପତି ମନୋଜ ନାୟକ,ସମ୍ପାଦକ ଶେଖ୍ ୟୁସୁଫ ଓ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଫାଇନାଲ ମ୍ୟାଚକୁ ଶୁଭ ଉଦଘାଟନ କରିଥିଲେ ।

ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଲିମାନଙ୍କୁ ସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପଦର୍ଶନ କରିବା ପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଫାଇନାଲ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ସାନ କ୍ଲବ ଭୁବନେଶ୍ୱର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଚିତାକର୍ଷକ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଢେଙ୍କାନାଳଫୁଟୁବଲ ଦଳ ପକ୍ଷରୁ ଗୋଟିଏ ଗୋଲ ସ୍କୋର ହୋଇ ଥିବାବେଳେ ଖେଳର ଦିତୀୟାର୍ଦ୍ଧରେ ମଧ୍ୟ ଆଉ ଏକ ଗୋଲ ସ୍କୋର ହୋଇଥିଲା।

ଫଳରେ ୨-୦ ଗୋଲରେ ଢେଙ୍କାନାଳ ଅଗ୍ରଣୀ ରହିଥିଲା। ତେବେ ୨-୦ ଗୋଲରେ ଢେଙ୍କାନାଳ ବିଜୟୀ ହୋଇ ଚମ୍ପିୟାନ ବିବେଚିତ ହୋଇଛି । ଢେଙ୍କାନାଳ ଦଳର ୧୫ ନମ୍ବର ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ । ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଫାଇନାଲରେ ବିଜୟୀ ହୋଇ ଥିବା ଢେଙ୍କାନାଳ ଦଳର ସମସ୍ତ ଖେଳାଳିମାନଙ୍କୁ ସ୍ଵର୍ଣ୍ଣ ପଦକ ସହିତ ଟ୍ରଫି ଓ ନଗଦ ୧୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ରନସ ଅଫ ସାନ କ୍ଲବ ଭୁବନେଶ୍ୱର ଦଳର ପ୍ରତି ଖେଳାଳିମାନଙ୍କୁ ରୌପ୍ୟ ପଦକ ଓ ଟ୍ରଫି ସହିତ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା

। ଏହି ମ୍ୟାଚର ମୁଖ୍ୟ ରେଫରି ମିର୍ଜା ସିରାଜୁଦ୍ଦିନ ବେଗ, ଲକ୍ଷ୍ମୀଧର ଚୌଧୁରୀ ଓ ବୈକୁଣ୍ଠ ମହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ଅବସରରେ ଲଟେରୀ ଉଠାନ ପାଇଁ କ୍ଲବ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଉପହାର ୨ ଗୋଟି ସାଇକେଲ ଥିଲା ।















