ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦେଶକ୍ରମେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅରଖପଲ୍ଲୀ ସମବାୟ ସମିତି ସମ୍ପାଦିକା ମୈତ୍ରୀ ମହାପାତ୍ରଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ହରିପୁର ପାଟଣା ଗ୍ରାମଠାରେ ୫ମ ପର୍ଯ୍ୟାୟ ଧାନମଣ୍ଡି ଉଦଘାଟନ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି ,ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିୟନ୍ତ୍ରିତ ବଜାର କମିଟିର ଧାନ ନିରୀକ୍ଷକ ସିଦ୍ଧାର୍ଥ ଜେନା ଓ ଡାଟା ଏଣ୍ଟ୍ରି ଅପେରଟର କେଦାର ପ୍ରଧାନଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ !

ଅରଖପଲ୍ଲୀ ସେବା ସମବାୟ ସମିତିରେ ୩୦୨ ଜଣ ଚାଷୀମାନଙ୍କର ନାମ ପଞ୍ଜିକରଣ ହୋଇଥିଲାବେଳେ ଉଦଘାଟନୀ ଦିବସରେ ୩୩ଜଣ ଚାଷୀ, ଦ୍ୱତୀୟ ପର୍ଯ୍ୟାୟରେ ୩୬ଜଣ ଚାଷୀ,ତୃତୀୟ ପର୍ଯ୍ୟାୟରେ ୩୮ଜଣ ଚାଷୀ, ୪ର୍ଥ ପର୍ଯ୍ୟାୟରେ ୩୫ଜଣ ଚାଷୀ ଓ ୫ମ ପର୍ଯ୍ୟାୟରେ ଆଜି ୩୫ଜଣ ଚାଷୀଙ୍କଠାରୁ ୭୩୬. ୪୨ କ୍ୱିଣ୍ଟାଲ ଧାନ କ୍ରୟ ସମିତି ପକ୍ଷରୁ କରାଯାଇଥିଲା ! ଅରଖପଲ୍ଲୀ ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ବୋଲି ସଭାନେତ୍ରୀ ଗୀତାଞ୍ଜଳୀ ମହାନ୍ତି ପରାମର୍ଶ ଦେଇଥିଲେ !















