ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବଆନୁକୂଲ୍ୟରେ ୨୨ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଦ୍ୱିତୀୟ ସେମିଫାଇନାଲ ବଜରଙ୍ଗ ଵାଲୀ ଘାଟିକିଆ ଓ ସାନ କ୍ଳବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ! ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ନୟାଗଡ ବିଧାୟକ ଅରୁଣ ସାହୁ ଓ ସମ୍ମାନିତ ଅତିଥିଭାବେ ବୋଲଗଡ଼ ବିଧାୟକ ପ୍ରଦୀପ ସାହୁ,

ପୂର୍ବତନ ରଣପୁର ବିଧାୟକ ବାଦଲ ପ୍ରଧାନ,ପୂର୍ବତନ ବୋଲଗଡ଼ ବିଧାୟକ ରାଜେନ୍ଦ୍ର ସାହୁ, ବିଧାୟକ ପାର୍ଥୀ ପୃଥୀ ବଲ୍ଲଭ ପଟ୍ଟନାୟକ, କଂଗ୍ରେସ ବିଧାୟକ ପାର୍ଥୀ ବିଭୁ ପ୍ରସାଦ ମିଶ୍ର , ରାଜ୍ୟ ସ୍ତରୀୟ ଫୁଟବଲ ରେଫରୀ ଗଣେଶ୍ୱର ମହାପାତ୍ର ,ବଡ କୁମାରୀ ଗ୍ରାମପଞ୍ଚୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଗଣେଶ ବଜାର ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାର୍ଥା ପ୍ରମୁଖ ଯୋଗଦେଇ ଖେଳକୁ ଶୁଭାରମ୍ଭ କରିଥିଲେ ! ଏହି ଦ୍ୱିତୀୟ ଫାଇନାଲ ମ୍ୟାଚର ସମସ୍ତ ନିମନ୍ତ୍ରିତ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର

ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଲିମାନଙ୍କ ସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପଦର୍ଶନ କରିବା ପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବଜରଙ୍ଗଵାଲୀ କ୍ଲବ ଘାଟିକିଆ ଓ ସାନ କ୍ଲବ ଭୁବନେଶ୍ୱର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା !ଖେଳର ପ୍ରଥମାର୍ଦ୍ଧରେ କୌଣସି ଗୋଲ ସ୍କୋର ହୋଇ ନଥିବା ବେଳେ ଖେଳର ଦିତୀୟାର୍ଦ୍ଧରେ ମଧ୍ୟ କୌଣସି ଗୋଲ ହୋଇ ନଥିଲା । ଫଳରେ ଟ୍ରାଏ ବ୍ରେକର ହୋଇ ଥିଲା। ତେବେ ୪-୨ ଗୋଲରେ ସାନ କ୍ଲବ ବିଜୟୀ ହୋଇଛି ।

ଏହି ମ୍ୟାଚର ମୁଖ୍ୟ ରେଫରି ମିର୍ଜା ସିରାଜୁଦ୍ଦିନ ବେଗ, ଲାଇନରେ ଭାବେ ସୁଶାନ୍ତ କୁମାର ମିଶ୍ର, ବୈକୁଣ୍ଠ ମହାପାତ୍ର ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଉଭୟ ଖେଳିମାନଙ୍କ ଚମତ୍କାର ଖେଳ ପଦର୍ଶନ କୋଳାହଳ ମଧ୍ୟରେ ଦର୍ଶକମାନଙ୍କ ମନଭାରି ଉପଭୋଗ କରିଥିଲେ ।















