ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ପିଚୁକୁଳୀ ଆଦର୍ଶ ବିଦ୍ୟାଳୟ ବାଳକ ଛାତ୍ରାବାସ ପରିସରରେ ୯ ଫ୍ରେବୃଆରି ରୁ ଆରମ୍ଭ ହୋଇ ବୋଲଗଡ ଶିକ୍ଷା ବ୍ଲକ୍ ଅନ୍ତର୍ଗତ ୯୦ଟି ପ୍ରାଥମିକ ବିଦ୍ୟାଳୟରୁ ୯୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନୂତନ ଶିକ୍ଷା ବର୍ଷ ୨୦୨୬ ପାଇଁ ପାଠ୍ୟକ୍ରମର ନୂତନ ରୂପରେଖକୁ ନେଇ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ଯାଇଛି । ଯାହାକି ୧୩ ଫ୍ରେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିବ ।

ଆଜି ଚତୁର୍ଥ ଦିବସରେ ବ୍ଳକ୍ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ସହକାରୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ , ଅମିତା ମିଶ୍ର , ସମ୍ବଳ ଶିକ୍ଷକ ସାନନ୍ଦ କୁମାର ସାହୁ, ଚିନ୍ତାମଣି ସାହୁ, ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଆସନ୍ତା ଶିକ୍ଷା ବର୍ଷ ପାଇଁ ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକର ନାମ ଓ ବିଷୟ ଗୁଡିକ ପରିବର୍ତନ ହୋଇଥିବା ସୁଚନା ମିଳିଛି।

ପାଠ୍ୟ ପୁସ୍ତକ ଗୁଡ଼ିକ ଓଡ଼ିଶାର ଆଂଚଳିକ ଭାଷା, ସଂସ୍କୃତି, ପରମ୍ପରା, କଳା, କ୍ରୀଡ଼ା, ପରିବେଶ, ପଶୁ ପକ୍ଷୀ, ବୃତ୍ତିଗତ ଆଦି ଜୀବନ ଶୈଳୀ ଉପରେ ଆଧାରିତ ସମସ୍ତ ବିଷୟକୁ ସ୍ଥାନିତ କରାଯାଇଥିବା ସୁଚନା ମିଳିଛି । ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକ ସମସ୍ତ ବିଦ୍ୟାଳୟରେ ଉପଲବ୍ଧ ହେବା ବୋଲି ଜଣା ପଡ଼ିଛି । ଛାତ୍ର ଛାତ୍ରୀ ମାନଙ୍କ ଆଗ୍ରହ ପ୍ରକାଶ ପାଇଁ “ଯାଦୁପେଡି” ପାଠ୍ୟକ୍ରମ ବ୍ୟବସ୍ଥା କରାଯାଇ,

ସମସ୍ତ ବିଦ୍ୟାଳୟକୁ ଗୋଟିଏ ଲେଖାଏଁ ଯାଦୂପେଡି ଯୋଗାଇ ଦିଆଯାଇଛି, ଯେଉଁଥିରେକୀ ୬୦ ପ୍ରକାର ଶିକ୍ଷଣ ସାମଗ୍ରୀ ଥିବା ଜଣା ପଡିଛି । ପ୍ରତ୍ୟେକ ଦିନ ସକାଳ ଦଶଟାରୁ ଅପରାହ୍ନ ପାଞ୍ଚଟା ପର୍ୟ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟ ଚାଲୁ ଥିବା ବେଳେ ମଧ୍ୟାହ୍ନ ରେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଗାଁ ଠୁ ସହର ପର୍ଯ୍ୟନ୍ତ ପିଲାମାନେ ଯେପରି ପାଠ ପଢି ବେକାର ନବସିବେ, ସେହିଭଳି ଧନ୍ଦା ମୁଳକ ଶିକ୍ଷାକୁ ମଧ୍ୟ ଗୁରୁତ୍ଵ ଦେଇ ସିଲାବସ ପ୍ରସ୍ତୁତି ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଲିମ୍ ନେଉଥିବା ପରିପ୍ରକାଶ କରିଛନ୍ତି l
ପିଛୁକୁଳି ଆଦର୍ଶ ବିଦ୍ୟାଳୟ ପରିସରରୁ ବିନୋଦ କୁମାର ସାହୁଙ୍କ ରିପୋର୍ଟ୍ ଓଡ଼ିଶା ତାଜା ନ୍ୟୁଜ୍














