No Result
View All Result
ଶ୍ରେଣୀ ଗୃହ ପରିସ୍ଥିତିରେ ସାମାଜିକ, ଭାବନାତ୍ମକ ଓ ନୈତିକ ଶିକ୍ଷଣୀୟର ଏକୀକରଣ ଏବଂ ଏହାର ପ୍ରଭାବ l
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ୨ଦିନିଆ ରାଜ୍ୟସ୍ତରୀୟ ଆଲୋଚନା ପାଠଚକ୍ର କର୍ମଶାଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଗୁରୁବାରଦିନ ଉଦଘାଟିତ ହୋଇଯାଇଅଛି !ଏହି କର୍ମଶାଳା ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ, ମୁଖ୍ୟବକ୍ତା ଭାବେ ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ଓ ସମ୍ମାନିତ ଅତିଥିଭାବେ ରଣପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ,

ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର, ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ଦୀପକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ବିଭୁ ବନ୍ଦନା ଗାନ କରିଥିବାବେଳେ ଅଧ୍ୟାପକ ମାନସ କୁମାର ସାହୁ ମଞ୍ଚ ପରିଚାଳନା କରି ଅତିଥିପରିଚୟ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରି ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ, ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ପାଠଦାନ ପ୍ରଣାଳୀର ନବୀକରଣ ଏହାର ପ୍ରମୁଖ ଉଦ୍ଦେଶ୍ୟ ରହିଛ ପାଠଚକ୍ର ମାଧ୍ୟମରେ ଶିକ୍ଷକମାନେ ନିଜ ଅନୁଭବ ଓ ନବଚିନ୍ତନାଧାରା ଆଦାନ-ପ୍ରଦାନ କରି ଶିକ୍ଷାକ୍ଷେତ୍ରକୁ ଅଧିକ ସୁଦୃଢ଼ କରିପାରିବେ ବୋଲି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ସମସ୍ତଙ୍କୁ ସୂଚନା ଦେଇଥିଲେ l

ଶିକ୍ଷକମାନଙ୍କୁ ନୂତନ ଶିକ୍ଷା ପଦ୍ଧତି ଅନୁସରଣ କରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ କାର୍ଯ୍ୟ କରିବା ଓ ନବୀନ ପାଠଦାନ ପ୍ରଣାଳୀ, ଟିଏଲଏମ୍ର ସଠିକ୍ ବ୍ୟବହାର ଓ ଛାତ୍ରକେନ୍ଦ୍ରିକ ଶିକ୍ଷାର ପ୍ରାସଙ୍ଗିକତା ଉପରେ ମୁଖ୍ୟଅତିଥି ଭକ୍ତି ବିନୋଦ ସଲ ପରାମର୍ଶ ଦେଇଥିଲେ । ପାଠଚକ୍ରର ଗୁରୁତ୍ୱ ଓ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ମତ ପ୍ରକାଶ କରିଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଜିଲ୍ଲା ଶିକ୍ଷକ ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏକାଦଶ ସମାଚାର ପତ୍ରିକା ‘ଚରୈବେତି’ ଉନ୍ମୋଚନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବ୍ଲକରୁ ଆସିଥିବା କ୍ଲଷ୍ଟର ସଂଯୋଜକ,ଶିକ୍ଷକ-ଶିକ୍ଷୟତ୍ରୀ ଓ ଗୁରୁ ଛାତ୍ରଛାତ୍ରୀମାନେ ନିଜ ନିଜ ପାଠଚକ୍ର ଉପସ୍ଥାପନା କରିଥିଲେ । ଭିନ୍ନ ଭିନ୍ନ ଶିକ୍ଷଣ ପ୍ରଣାଳୀ, ସୃଜନଶୀଳ ପ୍ରଦର୍ଶନ ଓ ଅନୁଭବ ବିନିମୟ ଏହି ପାଠଚକ୍ରକୁ ଆକର୍ଷଣୀୟ କରିଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସେକ୍ସନ ଅଫିସର ବିଶ୍ୱ ରଞ୍ଜନ ପଟ୍ଟନାୟକ, ପ୍ରସନଜିତ ବଳିଆରସିଂହ, କଳିଙ୍ଗ କୁମାର ସାହୁଙ୍କ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀମାନେ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result