No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର କଟକ ଜିଲ୍ଲା ଆଠଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା କଳାକାର ଚୟନ ଉତ୍ସବ ଲାଗି ଏକ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସଭାପତି ମାଗୁଣୀ ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କଟକ ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ରାଜ୍ୟ ସଂପାଦକ ବିନୋଦ କୁମାର ଭୋଇ,

ରାଜ୍ଯ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, ଜିଲ୍ଲା ସଂପାଦକ ବିଚିତ୍ରାନନ୍ଦ ତ୍ରିପାଠୀ, ଚନ୍ଦ୍ର ଶେଖର ସାମଲ,ଲୋକନାଥ ସେଠୀ,ଗୋପାଳ ଚନ୍ଦ୍ର ମିଶ୍ର, ରଞ୍ଜିତ୍ ପ୍ରସାଦ ଜେନା, ଭରତ ଚନ୍ଦ୍ର ବେହେରା, ନିତାଇ ମହାରଣା,ସୋମନାଥ ଦାସ ଅକା ମହାନ୍ତି, ପ୍ରସନ୍ନ ପାତ୍ର, ରବିନ୍ଦ୍ର ନାଥ ସାହୁ, ବ୍ରଜବନ୍ଧୁ ବେହେରା, ବାଇଁଶିଧର ମହାପାତ୍ର, ପଣ୍ତିତ ଦୁଲାଲ୍ କୃଷ୍ଣ ପତି, ନରସିଂହ ମହାପାତ୍ର, ବସନ୍ତ କୁମାର ସାହୁ, ରମେଶ ଚନ୍ଦ୍ର ମହାପାତ୍ର, ସୁବଳ ଚରଣ ବେହେରା, ଦେବାଶିଷ ମହାନ୍ତି,

ରେଣୁବାଳା ମିଶ୍ର ପ୍ରମୁଖ ଯୋଗ ଦେଇ ଲୋକ କଳାକାରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ କଳା ଓ ସଂସ୍କୃତି କିପରି ବଞ୍ଚି ରହିବ, ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଥିଲା । ଆସନ୍ତା ୨୨ ଏବଂ ୨୩ ତାରିଖରେ ଆଠଗଡ ଠାରେ ହେବାକୁ ଥିବା କଳାକାର ଚୟନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ଭାବରେ କିପରି କରାଯିବ,ଉପସ୍ଥିତ ଥିବା ମହାସଂଘ ଏବଂ ଜିଲ୍ଲା କମିଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ପ୍ରସ୍ତାବିତ ବିଭିନ୍ନ ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।

ଶେଷରେ କଟକ ଜିଲ୍ଲା ସଂପାଦକ ବିଚିତ୍ରାନନ୍ଦ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟର କଟକ, ଆଠଗଡ, ବାଙ୍କୀ, କେନ୍ଦ୍ରାପଡ଼ା, ନିଆଳି, କଣ୍ଟାପଡ଼ା, କଟକ ସଦର, ଚୌଦ୍ଵାର, ସମେତ ବିଭିନ୍ନ ସ୍ଥାନର କଳାକାର ଏବଂ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଆଠଗଡ ଉତ୍ସବରେ ବହୁ ସଂଖ୍ୟାରେ ବିଭିନ୍ନ ଲୋକ କଳାକାରମନେ ଅଂଶ ଗ୍ରହଣ କରିବାକୂ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି ।

No Result
View All Result