ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର ) ବାଲେଶ୍ବର :– ଓଡିଶା ପ୍ରେମରେ ଋଷ୍ ଦମ୍ପତି । ଜନ୍ମ ବିଦେଶରେ ହେଲେ ଓଡିଶାରେ ମନ । ଜଗନ୍ନାଥଙ୍କ ରାଜ୍ୟ ଓଡିଶାର ସଂସ୍କୃତି ପରମ୍ପରାକୁ ଆଦରିଛନ୍ତି ଏହି ଦମ୍ପତି । ଆଉ ସେମାନେ ନିଜ ଦେଶକୁ ଫେରିବେ ନାହିଁ, ବାକି ଜୀବନ ଏଇଠି କାଟିବେ । ଓଡିଶାରେ ରହିବାକୁ ଦୁହେଁ ଅନୁମତି ମାଗୁଛନ୍ତି । ଗତ ଫେବୃଆରୀ ପୁରୀ ବୁଲିବାକୁ ଆସିଥିଲେ । ତେବେ ଲକଡାଉନ ସମୟରେ ଭିସାର ଅବଧି ସରିଗଲା, ଆଉ ସେମାନେ ନିଜ ଦେଶକୁ ଫେରି ପାରିଲେ ନାହିଁ । ଏବେ ସେହି ବିଦେଶୀ ଦମ୍ପତି ବାଲେଶ୍ବର ଜିଲ୍ଲା ରେମୁଣାର କ୍ଷୀର ଚୋରା ଗୋପୀନାଥ ମନ୍ଦିର ନିକଟରେ ଦିନ କାଟୁଛନ୍ତି ।
ଋଷିଆରୁ ପୁରୀ ଆସିଥିଲେ ସ୍ବାମୀ- ସ୍ତ୍ରୀ ଦୁଇ ଜଣ । ଦୁଇ ଜଣ ଯାକ ପେଶାରେ ଇଂଜିନିୟର । ଦିନି ରାତି ଭଜନ କୀର୍ତ୍ତନ କରୁଛନ୍ତି । ପୂର୍ବରୁ ମଧ୍ୟ ସ୍ବାମୀ-ସ୍ତ୍ରୀ ପାଞ୍ଚଥର ପୁରୀ ଆସିଛନ୍ତି । ତେବେ ଲକଡାଉନ୍ ଯୋଗୁଁ ଏମାନେ ଏଥର ନିଜ ଦେଶକୁ ଫେରି ପାରି ନାହାଁନ୍ତି । ଆଉ ୟାରି ଭିତରେ ଭିସା ଅବଧି ସରି ଯାଇଛି । ତେବେ ଏହି ଦୁଇ ଜଣ ଆଉ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାଁନ୍ତି । ବାକି ଜୀବନ ଓଡିଶାରେ କାଟିବାକୁ ନିଷ୍ପତି ନେଇଛନ୍ତି ।ରାଜ୍ୟର ବିଭିନ୍ନ ଧାର୍ମିକ ପୀଠ ବୁଲିଛନ୍ତି । ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆସି ସେଠାରେ ରହିବା ପାଇଁ ଅନୁମତି ମାଗୁଛନ୍ତି । ଟୁରିଷ୍ଟ ଭିସାରେ ଆମ ଦେଶକୁ ଆସିଥିଲେ । ଭାରତର ନାଗରିକତ୍ବ ନୁହେଁ , କେବଳ ବାକି ଜୀବନ କାଟିବା ପାଇଁ ଅନୁରୋଧ କରୁଛନ୍ତି । ( ଦୀପ୍ତିମାନ ପତି / ବାଲେଶ୍ୱର )