ଖୋରଧା-ଜଟଣୀ (ଓଡ଼ିଶା ତାଜା ନିଉଜ) ନି ପ୍ର :- ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅନ୍ତର୍ଗତ ବିଜେବି ଇନ୍ଷ୍ଟି ଚୁଟ ଠାରେ ମେକାନିକାଲ ବିଭାଗର ମହିଳା କର୍ମଚାରୀ ମଞ୍ଜୁଲତା ଶତପଥୀ ସିନିଅର ଟେକନିସିଆନ ଙ୍କ ଗତ ଜାନୁଆରୀ ମାସରେ ରେଳବିଭାଗରୁ ଅବସର ନେଇଥିଲେl ସେ ୧୯୯୪ ମସିହାରେ ନିଜ ସ୍ୱାମୀଙ୍କ ମୁର୍ତ୍ୟୁ ପରେ ଅନୁକମ୍ପାପୂର୍ଣ୍ଣ କୋଟାରେ ଚାକିରୀ ପାଇଥିଲେl ସେ ଜଣେ ଅତ୍ୟନ୍ତ ମିଳାପି ସ୍ୱଭାବର ହୋଇଥିବାବେଳେ

କମ୍ପୁଟର ଚାଳନାରେ ସିଦ୍ଧହସ୍ତ ଥିଲେ ତା ସହିତ ଶ୍ରମିକ କଂଗ୍ରେସ ସଂଘଠନ ସହିତ ଯୋଡିହୋଇ କର୍ମଚାରୀଙ୍କ ମୌଳିକ ଅଧିକାର ନିମନ୍ତେ ସଦାସର୍ବଦା ସ୍ୱର ଉତ୍ତଳନ କରୁଥିଲେl ତାଙ୍କର ବିଦାୟକାଳୀନ ଅବସରରେ ଇଷ୍ଟକୋଷ୍ଟ ଶ୍ରମିକ କଂଗ୍ରେସ ଏକ ନୈଶ୍ୟଭୋଜିର ଆୟୋଜନ ସହିତ ବିଭିନ୍ନ ଉପହାର ଦେଇ ବିଦାୟ ଦେଇଥିଲେl ଶାଖା ସମ୍ପାଦକ ଏଲ ଡ଼ି ମହାନ୍ତିଙ୍କ ସଂଯୋଜନାରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା ।
ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏମ ଗୋପାଳ କ୍ରିଷ୍ଣା ରାଓ,ପି ରାଜା ରାଓ,ଏସ କେ ଦଳାଇ, ନାରୀନେତ୍ରୀ ରୁନି ବେହେରା, ଶରତ କୁମାର ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।ତାଙ୍କର ଅବସର କାଳୀନ ଜୀବନ ନିରୋଗ ଓ ସୁଖମୟ ଜୀବନ ଯାପନ ପାଇଁ ଅତିଥି ଗଣ ଭଗବାନଙ୍କ ନିକଟରେ ପ୍ରାଥନା କରିଥିଲେl














