• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
February 12, 2026
in ଓଡ଼ିଶା, ଖୋର୍ଦ୍ଧା
0
ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ
Share on FacebookShare on TwitterWhatsapp

• ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି”: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 

 • “ମହିଳାଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ସୁସ୍ଥ ରାଷ୍ଟ୍ର ଗଠନ ସମ୍ଭବ” : ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ 

 • “ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା” : ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ 

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ଏହି ଅବସରରେ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଓ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆୟୋଗର ବାର୍ଷିକ ରିପୋର୍ଟ, ନ୍ୟୁଜଲେଟର ‘ବିଜୟିନୀ’, ପାସପୋର୍ଟ ଟୁ ଓମେନ ଏମପାୱାରମେଣ୍ଟ’ (Passport to Women Empowerment),ଏବଂ ନୂତନ ୱେବସାଇଟ୍ ଉନ୍ମୋଚିତ ହୋଇଥିଲା। ଏହା ସହିତ ସଫଳ ମିଳନ ହୋଇଥିବା ଦମ୍ପତିଙ୍କୁ ନେଇ ଏକ ସଂକଳନ ‘ପୁନର୍ମିଳନ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ବରଂ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି।

ମହିଳାଙ୍କ ବିରୋଧରେ ହେଉଥିବା ହିଂସା, ଅପରାଧ ଏବଂ ଲିଙ୍ଗଗତ ବୈଷମ୍ୟକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତୱାରୋପ କରିଥିଲେ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷ ମାନଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଫୁଲତୋଡ଼ା ବଦଳରେ ଫଳ ଚାଙ୍ଗୁଡ଼ି ବ୍ୟବହାର କରିବାର ଚିନ୍ତାଧାରାକୁ ଉପମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଏହାକୁ ଏକ ସୃଜନଶୀଳ ପଦକ୍ଷେପ ବୋଲି କହିଥିଲେ।

ତୃଣମୂଳ ସ୍ତରରେ ଅପପୁଷ୍ଟି ବିରୋଧରେ ଲଢ଼େଇ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ବଣ୍ଟନ କରିବାକୁ ସେ କରିଥିବା ଆହ୍ୱାନକୁ ମନେ ପକାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସଠିକ୍ ପୋଷଣ ଏକ ସାମୂହିକ ଦାୟିତ୍ୱ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟକୁ ପ୍ରଶଂସା କରି ସେ ମହିଳାମାନଙ୍କୁ ନିଜ ଆଖିରୁ ଲୁହ ପୋଛି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ରାଜ୍ୟ ସରକାର ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାହେଉଛି ।

ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏକ ସୁସ୍ଥ ରାଷ୍ଟ୍ରର ଗଠନ ଏକ ସୁସ୍ଥ ରାଜ୍ୟରୁ ହିଁ ଆରମ୍ଭ ହୋଇଥାଏ ଏବଂ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ସେ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ, ବିଶେଷ କରି ‘ଖୁସି’ ଯୋଜନା ଅଧୀନରେ କିଶୋରୀମାନଙ୍କୁ ମାଗଣା ସାନିଟାରୀ ନାପକିନ ପ୍ରଦାନ କରାଯାଉଥିବା ବିଷୟରେ ଆଲୋକପାତ କରିଥିଲେ।ଏଥିସହ କୃମି ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି।

୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ଏବଂ ୨୦ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାଙ୍କୁ ଔଷଧ ବଣ୍ଟନ କରାଯାଉଛି। ଏହି ଅବସରରେ ରାଜ୍ୟ ମହିଳା କମିଶନର ସଦସ୍ୟମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଜାରି ରଖିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ର ରେ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ଥରରେ ଆମ ରାଜ୍ୟର ଛାତ୍ରୀ ମାନେ ଦକ୍ଷତା ପ୍ରଦର୍ଶନ କରି ଗୌରବ ଆଣିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବକ୍ତବ୍ୟ ରଖିଥିଲେ ।

ଏହା ସହ ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସରେ ସୁସ୍ଥ, ସୁରକ୍ଷିତ ଏବଂ ସଶକ୍ତ ସମାଜ ଗଠନରେ ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ । ସମାବେଶକୁ ସମ୍ବୋଧନ କରି ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସା ଓ ଅପରାଧ ସମ୍ବନ୍ଧୀୟ ସମସ୍ୟା ସମାଧାନରେ ଆୟୋଗର ଉଲ୍ଲେଖନୀୟ ସଫଳତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆୟୋଗ ଗୃହ ହିଂସା, ବିବାହ ସମ୍ବନ୍ଧୀୟ ବିବାଦ,

ଯୌତୁକ ସମସ୍ୟା ଓ ଯୌତୁକ ଜନିତ ମୃତ୍ୟୁ , ଆତ୍ମହତ୍ୟା ଓ ବ୍ୟକ୍ତିଗତ ଓ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ଘଟଣା ସମ୍ପର୍କିତ ମାମଲାଗୁଡ଼ିକୁ ଏକ ସୁସଂଗଠିତ ଓ ନିୟମିତ ଅଭିଯୋଗ ନିରାକରଣ ପ୍ରଣାଳୀ ମାଧ୍ୟମରେ ସମାଧାନ କରୁଛି ବୋଲି ମତପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୨୪–୨୫ ଆର୍ଥିକ ବର୍ଷରେ, ଆୟୋଗ ନିକଟରେ ହୋଇଥିବା ଅଭିଯୋଗ ଦାଖଲ ମଧ୍ୟରୁ ୧,୮୭୯ଟି ମାମଲା ଶୁଣାଣି ମାଧ୍ୟମରେ ସମାଧାନ କରାଯାଇଥିଲା, ଯାହା ମହିଳାଙ୍କ ଅଧିକାର ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ଦିଗରେ ଆୟୋଗର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ପୀଡ଼ିତାମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ସେମାନଙ୍କ ଦ୍ୱାରଦେଶରେ ନ୍ୟାୟ ପ୍ରଦାନ କରିବା ପାଇଁ ଆୟୋଗ ଜିଲ୍ଲା ପ୍ରଶାସନର ସହାୟତାରେ ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ କୋର୍ଟ କ୍ୟାମ୍ପ ଆୟୋଜନ ହୋଇଛି । ୨୦୨୪–୨୫ ଆର୍ଥିକ ବର୍ଷରେ ଆୟୋଗ ବଲାଙ୍ଗୀର ଏବଂ ଗଜପତି ଜିଲ୍ଲାରେ ଦୁଇଟି ଜିଲ୍ଲା ସ୍ତରୀୟ କୋର୍ଟ କ୍ୟାମ୍ପ ଆୟୋଜନ କରିଥିଲା, ଯେଉଁଠାରେ ପ୍ରତ୍ୟେକ ଜିଲ୍ଲାରେ ୭ଟି ଲେଖାଏଁ ମୋଟ ୧୪ଟି ମାମଲାର ସମାଧାନ କରାଯାଇଥିଲା । ଏହା ବ୍ୟତୀତ ମହିଳାମାନଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଗ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଏହି ପ୍ରୟାସକୁ ଅଧିକ ମଜବୁତ କରିବା ପାଇଁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଏଥିରେ କର୍ମଜୀବୀ ମହିଳା, ଆଇସିଡିଏସ କର୍ମୀ, ଆଶା ଓ ଏଏନଏମ କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ଆଇନଜୀବୀ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ନାଗରିକ ସମାଜର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କୁ ସାମିଲ କରାଯାଇ ତୃଣମୂଳ ସ୍ତରରେ ସଚେତନତା ପ୍ରସାର କରାଯାଉଛି । ୨୦୨୪–୨୫ ବର୍ଷରେ ଆୟୋଗ ୨୬ଟି ଜିଲ୍ଲାରେ ୮୫ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଆୟୋଗର ଅଧିକାରୀମାନେ ନିୟମିତ ଭାବେ ସୁଧାର ଗୃହ ପରିଦର୍ଶନ କରି ଅନ୍ତେବାସୀମାନଙ୍କୁ ଭେଟିବା ସହ ମହିଳା ଅନ୍ତେବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି । ଆଜିର ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥି, ଶ୍ରୀମତୀ ଉର୍ମିଳା ମହାପାତ୍ର, ଶ୍ରୀମତୀ କଳ୍ପନା ମଲ୍ଲିକ, ଶ୍ରୀମତୀ ମୁକ୍ତା ସାହୁ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମାଜିକ କର୍ମୀ, ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ, ନାଗରିକ ସମାଜର ପ୍ରତିନିଧି, SHG ମହିଳା ଙ୍କ ସମେତ ଆଇନ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version