ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର ) ପଦ୍ମପୁର :– ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବୁକୁରାମୁଣ୍ଡା ଗ୍ରାମ ବାସୀ ଆଜି ସିଏଚ ସି ର ଏକାଉଣ୍ଟାଣ୍ଟ ଙ୍କୁ ବଦଳି ବାତିଲ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।। ସୁଚନା ଅନୁସାରେ ବୁକୁରାମୁଣ୍ଡା ଏକ ଅନୁନ୍ନତ , ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଅଂଚଳ । ଦୀର୍ଘ ୫୦ ବର୍ଷ ହେବ ବୁକୁରାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାବେ ମାନ୍ୟତା ପାଇଁ ବା ପରେ ବୁକୁରାମୁଣ୍ଡା ସମେତ ଆଖପାଖ ଅଞ୍ଚଳ ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବରୁ ୪ ଜଣ ଡାକ୍ତର ନିଯୁକ୍ତ ହୋଇ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ସମସ୍ତ ଡ଼ାକ୍ତର ଙ୍କୁ ବଦଳି କରାଯିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟି ଡାକ୍ତର ଶୂନ୍ୟ ହୋଇପଡ଼ିଥିଲା ।ଯାହା
ଫଳରେ ସ୍ବାସ୍ଥ୍ୟ ସେବା ପାଇଁ ଅଂଚଳ ବାସୀ ଘୋର ବ୍ୟାଘାତ ସୃଷ୍ଟି ହେଉଥିଲା । ଡାକ୍ତର ନିଯୁକ୍ତି ଦେବା ଦାବିରେ ଅଞ୍ଚଳରେ ଅନେକ ଥର ଆନ୍ଦୋଳନ, ଅନଶନ , ପ୍ରତିବାଦ କରିବା ପରେ କେତେଜଣ ଡାକ୍ତର ଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ବର୍ତ୍ତମାନ ନିଯୁକ୍ତ ହୋଇ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକାଉଣ୍ଟେଣ୍ଟ ସୁବ୍ରତ ବିଶ୍ଵାଳ ଙ୍କୁ ଅନ୍ୟତ୍ର ବଦଳି କରାଯିବା ର ଶୁଣାଯାଉଛି । ଶ୍ରୀ ବିଶ୍ଵାଳ ଜଣେ ଉତ୍ତମ କାର୍ଯ୍ୟକ୍ଷମ କର୍ମଚାରୀ ତାଙ୍କୁ ଅନ୍ୟତ୍ର ବଦଳି କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବାକୁ ଗ୍ରାମ ବାସୀ ଚେତାବନୀ ଦେଇଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )