ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଭିନ୍ନ ଅପେରା ପେଣ୍ଡାଲ ରେ ଆଶ୍ଳୀଳ ନୃତ୍ୟ ପରିଦର୍ଶନ କରି ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିଥିବା ବିବାଦୀୟ ନିଶା ମହାରଣଙ୍କ ଅଡୁଆ ବଢିଛି। ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ସର୍ବସମ୍ମୁଖରେ ଖୋଲା ମେଲା ଭାବରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ପୂର୍ବରୁ ନିଶାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ସୂଚନାଯୋଗ୍ୟ, ନିଜର ବିବାଦୀୟ ଓ କିଛି ଆଶାଳୀନ ମନ୍ତବ୍ୟ ଏବଂ ମାତ୍ରାଧିକ ଅଙ୍ଗପ୍ରଦର୍ଶନ କୁ ନେଇ ବିଭିନ୍ନ ଟିଭି ଚେନାଲ ଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହି ଆସିଛନ୍ତି ନିଶା ମହାରଣା। ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ସର୍ବସମ୍ମୁଖରେ ଖୁଲମଖୁଲ୍ଲା ଭାବରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ବଲାଙ୍ଗୀର ପୋଲିସ ଗିରଫ କରିଥିଲା।
ତେବେ ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା। ଜାମିନ ପାଇବା ପରେ ଆଜି ମଙ୍ଗଳବାର ବଲାଙ୍ଗୀର ଏସ୍ଡିଜେଏମ କୋର୍ଟରେ ନିଜ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଛନ୍ତି ନିଶା ମହାରଣା।















