ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା ଓ ସଂମ୍ମାନିତ ଅତିଥିଭାବେ ରଣପୁର ବ୍ଲକ ଅଧ୍ୟକ୍ଷl ନିର୍ମଳା ବେହେରା,

ସମାଜସେବୀ ଲିଙ୍ଗରାଜ ପ୍ରଧାନ, ଶିଳ୍ପପତି ସର୍ବେଶ୍ୱର ସାହୁଏବଂ ନୟାଗଡ ଜିଲ୍ଲା ଯୋଗାଣ ବିଭାଗର ମୁରଲୀ କ୍ରୀଷ୍ଣା ରାଓ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜଳନ କରି ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। ଏହ ମ୍ୟାଚରେ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳିମାନଙ୍କ ସହ କର ମର୍ଦନ କରି ଉତ୍ତମ ଖେଳ ପଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ୨୨ତମ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ପପୁଲାର କ୍ଳବ ଢେଙ୍କାନାଳ ଓ ଫୁଟୁବଲ ଏକାଡେମୀ ଭଞ୍ଜନଗର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ, ଚିତାକର୍ଷକ ଖେଳ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଢେଙ୍କାନାଳ ଫୁଟୁବଲ ଦଳ ଗୋଟିଏ ଗୋଲ ସ୍କୋର କରିଥିବାବେଳ ଖେଳର ଦିତୀୟାର୍ଦ୍ଧରେ ଭଞ୍ଜନଗର ଫୁଟୁବଲ ଦଳ ଏକ ଗୋଲ ସ୍କୋର କରି ୧-୧ ଟାଏବେକର ହୋଇଥିଲା । ଟାଏ ବେକାରରେ ପପୁଲାର କ୍ଲବ ଢେଙ୍କାନାଳ ୩-୧ ଗୋଲ ସ୍କୋର କରି ବିଜୟୀ ହୋଇଛି।

ଏହି ମ୍ୟାଚର ମୁଖ୍ୟ ରେଫରି ଆଲୋକ ଦେହୁରୀ, ଶିବ ଦେହୁରୀ ଓ ବୈକୁଣ୍ଠ ମାହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଆସନ୍ତା କାଲି ସାନ କ୍ଲବ ଭୁବନେଶ୍ୱର ଓ ରଘୁନାଥ କ୍ଲବ ଟାଙ୍ଗୀ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଫ୍ରେଣ୍ଡସ କ୍ଲବ ପକ୍ଷରୁ ଗମମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।















