ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ର ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି କନ୍ଧମାଳ ଜିଲ୍ଲା ମହିଳା ସଶକ୍ତି କରଣରେ ସବୁଠାରୁ ଆଗୁଆ ଜିଲ୍ଲା । ଏଠିକାର ମହିଳା ସ୍ଵୟଂ ସହାୟକ ଗୃପ ର ଉତ୍ପାଦିତ ସାମଗ୍ରୀ ବିଶ୍ଵ ବଜାରରେ ଏକ ଚାହିଦା ଅଛି । ଏଠିକାର ହଳଦୀ ,ଷ୍ଟ୍ରବେରି ,ସୋରିଷ ସମେତ ଅନ୍ୟାନ୍ୟ ଜୈବିକ ପରିବା ଚାଷ ବେଶ ପରିଚିତ ।

ଏଠିକାର ମହିଳା ମାନେ ଜଣେ ଜଣେ ଲକ୍ଷପତି ଦିଦି ତିଆରି ହେବେ ବୋଲି ମୁ ଆଶାବାଦୀ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏହି ସଭା ରେ ଜିଲ୍ଲା ମିଶନ ଶକ୍ତି ର ନିର୍ଦ୍ଦେଶକ ତଥା କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ସଭାପତିତ୍ଵ କରିଥିବା ବେଳେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ,ଜି ଉଦୟଗିରୀ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଉପସ୍ଥିତ ଦର୍ଶକ ଓ ମହିଳା ଉଦ୍ଯୋଗୀ ମାନଙ୍କୁ ଏହି ମେଳାର ଉଦେଶ୍ୟ ମହିଳା ମାନଙ୍କର ଆର୍ଥିକ ସ୍ୱାବଲମ୍ବୀ ଓ

ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଉଦେଶ୍ୟ ରେ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ମହିଳାମାନେ କିପରି ସ୍ୱୟଂ ରୋଜଗାରୀ ହୋଇ ସମାଜରେ ନିଜ ସ୍ଥାନ ସୃଷ୍ଟି କରି ପାରିବେ | ଏହି ସୁଭଦ୍ରା ଶକ୍ତି ମେଳା ନାରୀ ସଶକ୍ତିକରଣ ରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କିଭଳି ଆଗାମୀଦିନରେ ଲକ୍ଷପତି ଦିଦି ହେବା ପାଇଁ ଉଦ୍ୟମ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମ ର ଶେଷରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।















