No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅଧୀନ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି l ଏହି ଉତ୍ସବ ରେ ସଲଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଥବିର ଛତ୍ରିଆ ମୁଖ୍ୟ ଅତିଥି, ଅନ୍ୟମାନଙ୍କ ମଧ୍ୟରେ ଲଥାକେନ୍ଦ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରିୟ ଦର୍ଶନ ବେହେରା,

ଫୁଲକାନି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦଭ ମାଝୀ, ଭିରିକା ପଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୁଡୁ ବାଗ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଭୋଦେବ ମହାନନ୍ଦ, ରୁକବଲ ପୁଟେଲ, ସଭ୍ୟ ବିଶ୍ବମ୍ବର ପୁଟେଲ, ତୁଲାରାମ ମାଝୀ ଓ ସଭ୍ୟା କ୍ଷିରବତି ପୁଟେଲ ସକ୍ରିୟ ଅଂଶଗ୍ରହଣ କରିଥିଲେ l

ସମସ୍ତ ଅତିଥି ପ୍ରାଥମିକ ଶିକ୍ଷା ହିଁ ଯେ କୌଣସି ଛାତ୍ର ଛାତ୍ରୀ ଙ୍କ ର ମେରୁଦଣ୍ଡ ବୋଲି ମତ ପ୍ରକାଶ କରିଥିଲେ l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଜ୍ୟୋତିର୍ମୟ ନାଗ, ପାହାଁନ୍ତ କୁମ୍ଭାର, ଶିକ୍ଷୟୀତ୍ରୀ ଗୋଦାବରୀ ମାଝୀ, ମଧୁମିତା ବାବୁ, ସଂଯୁକ୍ତା କିସାନ ସହଯୋଗ କରିଥିଲେ l ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l

No Result
View All Result