ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଚାଲିଛି ପ୍ରେମ ସପ୍ତାହ । ପ୍ରେମୀଯୁଗଳଙ୍କ ଭିଡ ଜମିଛି । ଫେବୃଆରୀ ୭ ରୁ ୧୪ ଭାଲେଣ୍ଟାଇନ ସପ୍ତାହ । ନୂଆ ନୂଆ ପ୍ରେମ ନୂଆ ଉନ୍ମାଦନା ସୃଷ୍ଟି କରିଛି । ପ୍ରେମ ସପ୍ତାହର ଆଦ୍ଯ ଫେବୃୟାରୀ ୭ ତାରିଖ ରୋଜ ଡେ । ନାଲି ଗୋଲାପ ପ୍ରେମର ପ୍ରତୀକ । ପ୍ରେମୀଯୁଗଳ ଗୋଲାପ ଫୁଲ ତୋଡାରେ ଚକଲେଟ,କାଜୁ, କାନଫୁଲ, ହାତମୁଦି ଖଞ୍ଜି ଓ ହାପି ରୋଜ ଡେ ଷ୍ଟିକର ସହ ଦିଆନିଆ ହୋଇଯାଇଛନ୍ତି । ଫେବୃଆରୀ ୮ ପ୍ରପୋଜ ଡେ । ଏହି ଦିନ ପେମୀଯୁଗଳ ପ୍ରେମ ଦୀର୍ଘ ଦିନ ରହିବା ପାଇଁ ପ୍ରସ୍ତାବ ଦେଇଥାନ୍ତି ।

ପ୍ରେମିକ ଶାନ୍ତ,ଶିଷ୍ଟ,ଭଦ୍ର ଓ ସରଳ ଭାବେ ପ୍ରମିକାକୁ ମିଠା ମିଠା କଥା କୁହାକୁହି ହୋଇଥିଲେ । ଲଭ ବାର୍ଡ ଭାବେ କେଉଁ ନାମୀଦାମୀ ସଜ୍ଜିତ ହୋଟେଲରେ ଖାଇ ମଜା ମଜଲିସ କରିବା , କେଉଁ ସ୍ଥାନକୁ ବୁଲିଯିବା ଓ ରିଙ୍ଗ ସେରିମନି ପାଇଁ ଆଲୋଚନା କରିଥିଲେ । ଫେବୃଆରୀ ୯ ତାରିଖ ଚକଲେଟ ଡେ । ପ୍ରେମୀଯୁଗଳଙ୍କ ପ୍ରିୟ ହେଉଛି ଚକଲେଟ । ପ୍ରମିକାର ପସନ୍ଦର ଚକଲେଟ ପ୍ରେମିକ ଆଣି ଦେଇଥାଏ । କେଉଁ ଫ୍ଲେବର ଚକଲେଟ ଦରକାର ମନଜାଣି ଦିଅନ୍ତି ।

ଚକଲେଟ ର ଅଧା ଅଂଶ ପ୍ରେମିକା ପାଟିରେ ଓ ଅଧା ଅଂଶ ପ୍ରେମିକ ପାଟିରେ ରଖି ଖାଇବାର ଦୃଶ୍ଯ ଦେଖିବାକୁ ମିଳିଥିଲା । ଫେବୃଆରୀ ମଙ୍ଗଳବାର ୧୦ ତାରିଖ ଟେଡି ଡେ କଣ୍ଢେଇ ପରି ନରମ ଏହି ଦିବସ । ପ୍ରେମିକ ସୁନ୍ଦର ନାମୀଦାମୀ ଡିଜାଇନ ଓ ଆକର୍ଷଣୀୟ କଣ୍ଢେଇ କିଣି ପ୍ରେମୀକାକୁ ଉପହାର ଦେବେ । ପ୍ରେମର କାହାଣୀ କଣ୍ଢେଇ ପରି ନରମ ହେବ । ଏହିଦିବସ ରେ ମନ ସତେଜ ରହିବ ।

ପ୍ରେମୀକା କଣ୍ଢେଇ ତକିଆ ଉପରେ ରଖିଲେ ପ୍ରେମ ଦୀର୍ଘ ସ୍ଥାୟୀ ହେବା ବିଶ୍ବାସ ରହିଛି । ଫେବୃଆରୀ ୧୧ ପ୍ରୋମିସ ଡେ । ଏହି ଦିବସରେ ପ୍ରେମୀଯୁଗଳ ହାତ ଧରାଧରି ହୋଇ ପ୍ରତିଶ୍ରୁତିବଦ୍ଧ ହେବେ ଆମ ପ୍ରେମ ଚିରନ୍ତନ ରହିବ । ପ୍ରକୃତ ଜୀବନ ସୁଖରେ କଟିବ । ଯେଉଁ ପ୍ରେମରେ ନାଟକୀୟ ଓ ଛଳନାର ପ୍ରତିଶ୍ରୁତି ନଥିବ । ମୁଁ ତୁମକୁ ଭଲପାଏ ବୋଲି ପ୍ରତିଶ୍ରୁତି ଦିଆନିଆ ହୋଇଥାନ୍ତି । ହୃଦୟର ସହ ଭଲପାଇବା ପ୍ରତିଶ୍ରୁତି କରିଥାନ୍ତି । ଫେବୃଆରୀ ୧୨ ହଗ ଡେ । ଆମ ପ୍ରେମ ଅନନ୍ଯ ।
ନିଆରା ପ୍ରେମର ଦିଗଦର୍ଶନ । ଛଳନା ଓ ନାଟକବାଜି ନଥାଏ । ଏକ ପ୍ରେମ ଏକ ମନ ପରି ପ୍ରେମୀଯୁଗଳ ଆଲିଙ୍ଗନ କରିଥାନ୍ତି । ଫେବୃଆରୀ ୧୩ କିସ ଡେ । ପ୍ରେମୀଯୁଗଳଙ୍କ ଚୁମ୍ବନ ରେ ଚୁମ୍ବକୀୟ ଆକର୍ଷଣ ରହିଛି । ମନକୁ ମନ ମିଳାଇବା ସହ ଓଠକୁ ଓଠ ଲଗାଇ ଚୁମ୍ବନ ଦିଆନିଆ ହୋଇଥାନ୍ତି । କେତେକ ଫ୍ଲାଇଙ୍ଗ କିସ୍,ଚିକ୍ କିସ୍, ଇୟର କିସ୍ ଓ ହେଡ଼ କିସ୍ ଦେଆନିଆ ହୋଇଥାନ୍ତି । ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ । ପ୍ରେମ ସପ୍ତାହର ଶେଷ ଦିନ ।
ଭାଲେଣ୍ଟାଇନ ଡେ ପାଳନ ହୋଇଥାଏ । ଯୁଦ୍ଧ କ୍ଷେତ୍ରରେ ଭାଲେଣ୍ଟାଇନ ପ୍ରେମ କରୁଥିବାରୁ ତାଙ୍କୁ ଅନେକ କଷ୍ଟ ଦିଆଯାଇଥିଲେ ମଧ୍ଯ ପ୍ରେମ ତାଙ୍କର ଅମର ରହିଥିଲା । ତାଙ୍କୁ ମନେ ପକାଇବାକୁ ଯାଇ ପୃଥିବୀରେ ଭାଲେଣ୍ଟାଇନ ଡେ଼ ପାଳନ କରୁଛନ୍ତି । ପୁରୀରେ ପ୍ରେମର ବାତାବରଣ ଦେଖିବାକୁ ମିଳିଛି | ଷ୍ଟର୍ଲିନ ପାଖ ମୁହାଣ ନିକଟ, ତାଜ ହୋଟେଲ ପଛପଟ, ଲାଇଟହାଉସ ସମ୍ମୁଖ ବେଳାଭୂମି, ଗାନ୍ଧୀଘାଟ ନିକଟ ବେଳାଭୂମି, ବ୍ଲୁଫ୍ଲାଗ ବିଚ, ନିଳାଦ୍ରୀ ବିଚ୍, ହଲିଡେ ନିକଟ ସମୂଦ୍ରକୂଳରେ ଜମୁଛି ଲଭ ବାର୍ଡ ଓ ପ୍ରେମୀଯୁଗଳଙ୍କ ପସରା | କଥାବାର୍ତ୍ତାର ଦୃଶ୍ଯ । ବିଭିନ୍ନ ହୋଟେଲ ର ଲନ ରେ ବସି ମଜା ମଜଲିସ କରୁଥିବା ଦୃଶ୍ଯ ବେଶ ଆକର୍ଷଣ ଥିଲା ।














