ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ବିରିଡି ବ୍ଲକର ବିଲୁଆଖାଇ ନଦୀ ପଠାରେ ଏକତା କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏହି କ୍ରୀଡା ପ୍ରତିଯୋଗିତା ହୋଇଥିଲା l

ବିଡ଼ିଓ ଆୟୁଷି ପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥିତି ଭାବେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ, ଏବିଡ଼ିଓ ଲୋପାମୁଦ୍ରା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ରାୟ ଯୋଗଦେଇଥିଲେ l ଏଥିରେ କବାଡି ଓ କ୍ରିକେଟ ଖେଳ ପ୍ରତିଯୋଗିତା କରାଯାଇଥିଲା l

କ୍ରିକେଟରେ ବ୍ଲକ ଏକାଦଶ ପିଆରାଇ ଏକାଦଶ କୁ ହରାଇ ଚମ୍ପିୟାନ ହୋଇଥିଲା l ସେହିପରି ଏଥିରେ ବଛା ବଛା ବଛା 8 ଟି ଟିମ ( କବାଡି ) ଭାଗନେଇଥିଲେ l ମହିଳାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶିବପୁର ଚମ୍ପିୟାନ ହୋଇଥିଲାବେଳେ ପୁରଣ ଜୋନ ହାଇସ୍କୁଲ ରନର୍ସ ଅଫ ହୋଇଥିଲା l ପୁରୁଷ କବାଡିରେ କାଳିଆବୁଦା ଜୋନ ଅଳକା ଜୋନ କୁ ହରାଇ ଚମ୍ପିୟାନ ହୋଇଥିଲା l















