No Result
View All Result
ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖାଦ୍ୟ ଅଭାବରୁ ସହର ଓ ଗାଁ ମୁଖା ହେଉଛନ୍ତି ଜଙ୍ଗଲି ଜନ୍ତୁ। ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନବିଭାଗ ଅଧିନସ୍ଥ ଚାନ୍ଦପୁର ଅରୁଣ କ୍ଳଥ ଷ୍ଟୋରର ଖୋଲିବା ସମୟରେ ଏକ ଜଙ୍ଗଲି ବାରହା ଦୋକାନରେ ପ୍ରବେଶ କରିଥିଲା ।
ବାରହାକୁ ଦେଖି ସ୍ଥାନୀୟ ଲୋକମାନଙ୍କର ଦୋକାନ ଆଗରେ ପ୍ରବଳ ଭିଡ଼ ଜମି ଥିଲା । ଦୋକାନ ବନ୍ଦ କରି ଲୋକମାନେ ବନ ବିଭାଗକୁ ଖବର ଦେଇ ଥିଲେ। ଡ୍ରେସ ଦୋକାନ ଭିତରୁ ବାରହାକୁ ଧରିବାକୁ ଯାଇଥିବା ବେଳେ ଟାଙ୍ଗୀ ଦମକଳ ବାହିନୀର ଜଣେ ସଦସ୍ୟଙ୍କ ହାତକୁ ବାରହା ଆକ୍ରମଣ କରିଥିଲା ।
ଭୟଭୀତ ହୋଇ ସେଠାରୁ ବାରହା ଖସି ଯାଇ ହୋଟେଲ ତୃପ୍ତି ପାଖରେ ଥିବା ଫଳ ଦୋକାନରେ ପଶିଯାଇଥିଲା। ବନ ବିଭାଗ ବାରହାକୁ ଦଉଡି ଫାସରେ ଧରିବାକୁ ଚେଷ୍ଟା ଜାରି ରଖି ଥିଲେ ।

No Result
View All Result