ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜଳନ କରି ଏହାକୁ ଶୁଭ ଉଦ୍ଘାଟନ କରିଥିଲେ।

ଏହି ମ୍ୟାଚରେ ମୁଖ୍ୟଅତିଥି ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳିମାନଙ୍କ ସହ କର ମର୍ଦନ କରି ଉତ୍ତମ ଖେଳ ପଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ୨2ତମ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଉଦଘାଟିତ ଦିବସରେ ଯଦୁମଣି କ୍ଲବ ନୟାଗଡ ଓ ଖୁଣ୍ଟକଟା ପରିଷଦ ଆଠଗଡ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ, ଚିତାକର୍ଷକ ଖେଳ ହୋଇଥିଲା ।

ଖେଳର ପ୍ରଥମାର୍ଦ୍ଧରେ କୌଣସି ଦଳ କେହି କାହାରିକୁ ଗୋଲ ସ୍କୋର କରିପାରି ନଥିବା ବେଳେ ଖେଳର ଦିତୀୟାର୍ଦ୍ଧରେ ଏକ ଗୋଲ ସ୍କୋର କରି ଆଠଗଡ ଫୁଟୁବଲ ଦଳ ୧-୦ ଗୋଲରେ ଅଗ୍ରଣୀ ହୋଇ ଯଦୁମଣି ଫୁଟୁବଲ ଦଳକୁ ପରାସ୍ତକରି ବିଜୟୀ ହୋଇଥିଲା । ଏହି ଫୁଟୁବଲ ଖେଳକୁ ମୁଖ୍ୟ ରେଫରି ମିର୍ଜା ଶିରାଯୁଦ୍ଦିନ,ଲାଇନର ଭାବେ ବୈକୁଣ୍ଠ ମାହାପାତ୍ର, ଲକ୍ଷ୍ମୀଧର ମହାପାତ୍ର ଓ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ପ୍ରମୁଖ ଖେଳକୁ ପରିଚାଳନା ପରିଚାଳନା କରିଥିଲେ ।















