No Result
View All Result
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜଧାନୀର ମଧ୍ୟ ଭାଗରେ, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଭଳି ସି.ଆର.ପି.ଏଫ ଛକ ନିକଟରେ “ଦ ଏଲିଭେଶନ” ନାଁ ରେ ଏକ ସୁନ୍ଦର ରେଷ୍ଟ୍ରୋ, କ୍ୟାଫେ ତଥା ଲାଉଞ୍ଜର ଶୁଭ ଉଦ୍ଘାଟନ ହୋଇଛି l ଏହି ଭବ୍ୟ ଶୁଭ ଉଦ୍ଘାଟନୀ ଉତ୍ସବରେ ବଲିଉଡ ତାରକା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ରିଅଲ ଷ୍ଟାର ଅର୍ଦ୍ଧେନ୍ଦୁ ସାହୁ, ଡାକ୍ତର ପ୍ରିୟବ୍ରତ ଧୀର ଯୋଗଦେଇଥିଲେ l ହୋଟେଲର ମାଲିକ ସମରେନ୍ଦ୍ର ବିଶ୍ୱାଳ ଏବଂ କମଲ ଭଞ୍ଜ ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ଶୁଭ ଉଦ୍ଘାଟନ କରିଥିଲେ l
ଏହି ହୋଟେଲରେ ଇଣ୍ଡିଆନ, ଚାଇନିଜ୍, ତନ୍ଦୁର, କଣ୍ଟିନେଣ୍ଟାଲ ଖାଦ୍ୟ, ମକଟେଲ୍ସ ଆଦି ଖାଦ୍ୟ ଓ ମୃଦୁ ପାନୀୟ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ହୋଟେଲ କତୃପକ୍ଷ ପ୍ରକାଶ କରିଛନ୍ତି l ଏବେ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଯତ୍ନବାନ ହେଉଥିବା ବେଳେ ଏହି ହୋଟେଲ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଛି ବୋଲି ଉଦ୍ଘାଟକ ତଥା ମୁଖ୍ୟ ଅତିଥି ସିଦ୍ଧାନ୍ତ ମହାପାତ୍ର ପ୍ରକାଶ କରିଥିଲେ l ଏବେ ଭାଲେଟାଇନ୍ସ ସପ୍ତାହ ଚାଲିଥିବାରୁ ସମସ୍ତ ଗ୍ରାହକ ମାନଙ୍କ ପାଇଁ ୧୦ ପରସେଣ୍ଟ ରିହାତି ରହିବ ବୋଲି ହୋଟେଲ କତୃପକ୍ଷ ପ୍ରକାଶ କରିଛନ୍ତି l
ଏହି ହୋଟେଲକୁ ପରିବାର ସହିତ ଆସି ସମ୍ପୂର୍ଣ୍ଣ ଉପଭୋଗ କରିପାରିବେ l ହୋଟେଲର ଇଣ୍ଟେରିଅର ଡିଜାଇନ୍ ଗ୍ରାହକଙ୍କୁ ବେଶ ଆକର୍ଷିତ କରିବ l ତେବେ ରାଜଧାନୀରେ ଏହିଭଳି ଅନେକ ହୋଟେଲ ଥିବାବେଳେ ଏହି ହୋଟେଲର ପରିବେଶ ଅତୀବ ମନୋରମ l ଏହାର ରୁଫ୍ ଟପ୍ ରୁ ରାଜଧାନୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରିହେବ l ଏହି ହୋଟେଲକୁ ଥରେ ଆସିଲେ ବାରମ୍ବାର ଆସିବା ପାଇଁ ଇଚ୍ଛା ପ୍ରକାଶ କରିବେ ବୋଲି କହିଥିଲେ l

No Result
View All Result