No Result
View All Result
ଖୋରଧା -ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଟଣୀ ନିବାସୀ ବିଶିଷ୍ଟ ସମାଜସେବୀ, ରାଜନେତା ବଙ୍କିମ ଚନ୍ଦ୍ର ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ସତ୍ୟଭାମା ଜଣେ ଅତ୍ୟନ୍ତ ମେଳାପି, ମିଷ୍ଟଭାଷୀ,ପର ଉପକାରୀ ମହିଳା ଥିଲେ ଗତ କିଛିଦିନ ହେବ ସେ ହୃଦ୍ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ବଙ୍କିମ ଚନ୍ଦ୍ର ମିଶ୍ର,ଏକମାତ୍ର ପୁଅ ଡ଼ଃ ତପନ୍ ମିଶ୍ର,ତିନି ଝିଅ, ଜ୍ବାଇଁ ଓ ନାତୁଣୀ, ଆତ୍ମୀୟ ସ୍ୱଜନ, ପାରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଛି । ମୃତ୍ୟୁର ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

No Result
View All Result