ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ପୁରୀ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥନ ଉଦଘାଟନ କରିଛନ୍ତି । ତଳଜଙ୍ଘ ଗ୍ରାମପଞ୍ଚାୟତର ମଳିକ,ଭୋଇସାହି, ମଶାଣି ମହାବୀରର ପୁନରୁଦ୍ଧାର ପାଇଁ ଫଳକ ଉନ୍ମୋଚନ କରିଥିଲେ । ତଳଜଙ୍ଘ ହାଇସ୍କୁଲ ଓ ମାଇନର ସ୍କୁଲରେ ଗରମ ଓ ଥଣ୍ଡା ପାଣି ପିଇବା ପାଇଁ ଆକ୍ବାୱା ଗାର୍ଡ ର ଶୁଭ ଉଦଘାଟନ କରିଥିଲେ ।

ନଇକୂଳ ସାହି କ୍ଲବ ଘରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଗାଦି ସାହିର ଗାଦିବ୍ରହ୍ମ ରୋଷେଇ ଘର ନିମନ୍ତେ ଶିଳାନ୍ୟାସ କରିଥିଲେ । କଳିଙ୍ଗ ର ଲଢୁଆ ପରମ୍ପରା ପାଇକଆଖଡ଼ା ବଞ୍ଚାଇବାକୁ ଯାଇ ପାଇକ ଆଖଡ଼ା ଗୃହର ଶିଳାନ୍ୟାସ କରିଥିଲେ । ଚୈତନ୍ୟ ମହାପ୍ରଭୁଙ୍କ ଆଶ୍ରୟସ୍ଥଳ ର ଶୁଭ ଉଦଘାଟନ କରିଥିଲେ ।















