ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଦୀର୍ଘ ୨୭ ବର୍ଷ ପରେ ବିଶ୍ବମ୍ଭର ବିଦ୍ୟାପୀଠର ୧୯୯୯ ମସିହା ବ୍ଯାଚର ପୁରାତନ ଛାତ୍ର ମାନଙ୍କ ବନ୍ଧୁମିଳନ ବ୍ରହ୍ମଗିରି ବାଲିହରଚଣ୍ଡୀ ନିକଟ ମହାପାତ୍ର ବଗିଚାରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ୨୭ ବର୍ଷ ତଳେ ଛାତ୍ର ଜୀବନର ସ୍ମୃତିକୁ ମନେ ପକାଇ ଭାବବିହ୍ବଳ ହୋଇପଡିଥିଲେ । ନିଜ ନିଜର ସ୍ମୃତିକୁ ମନେ ପକାଇ ଭାବର ଆଦାନପ୍ରଦାନ କରିଥିଲେ ।

ସେତେବେଳର ଛାତ୍ର ଓ ଶିକ୍ଷକଙ୍କ ସମ୍ପର୍କ ଓ ବିଦ୍ୟାଳୟର ଅନୁଭୂତିକୁ ମନେ ପକାଇଥିଲେ । ବିଶ୍ବମ୍ଭର ବିଦ୍ୟାପୀଠର ଉର୍ନ୍ନତି, ସଫଳତା ଓ ଭବିଷ୍ୟତରେ କିପରି ଓଡିଶାରେ ନାମ କରିବ ସେ ବିଷୟରେ ଆଲୋଚନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ସଙ୍ଗୀତ ଗାନ କରିବା ସହ ସାଙ୍ଗମାନେ ନୃତ୍ଯକରି ଖୁସିରେ ବିଭୋର ହୋଇଥିଲେ ।
ନିର୍ମାଳ୍ୟ ବରାଳ, ଚନ୍ଦନା ପାଢ଼ିଆରୀ, ବିଜୟ କୁମାର ସ୍ୱାଇଁ, ହରେକୃଷ୍ଣ ସିଂହାରୀ, ବାସୁ ତିଆଡ଼ି, ଭଗବାନ ଗୋଛିକାର, ରାମକୃଷ୍ଣ ଘଟୁଆରୀ, ଗଣେଶ ପୃଷ୍ଟି ଓ ରୁପେଶ ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ବର୍ଷକୁ ବର୍ଷ ଏହି ପରି ବନ୍ଧୁମିଳନ କରି ଜଂଜାଳମୟ ଜୀବନରୁ ଖୁସି ସାଉଁଟିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ଶେଷରେ ଏକତ୍ରିତ ବସି ନିଜ ଭିତରେ ରୋଷେଇ କରି ଭୋଜନ କରିଥିଲେ ।














