No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ୟାସନଗର ପୌରପରିଷଦର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଯୋଗଦେଇ ‘କ୍ରୀଡା ଶରୀରକୁ ସୁସ୍ଥ ରଖିବା ସହ ବ୍ୟକ୍ତିକୁ ବିଶ୍ବ ଦରବାରରେ ପରିଚିତ କରାଇ ଥାଏ’ ।

ତେଣୁ ଛାତ୍ରୀମାନେ ପାଠ ପଢ଼ିବା ସହିତ କ୍ରୀଡା କ୍ଷେତ୍ରରେ ସକ୍ରୀୟ ଅଂଶ ଗ୍ରହଣ କରିବା ଉଚିତ ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପରାମଶ୍ର ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ ଯୋଗଦେଇ ପିଲାମାନେଇ ଖେଳୁଆଡ ମନୋଭାବ ରଖି ପ୍ରତିଯୋଗିତାରେ ଭାଗନେଇ ସଫଳତା ଆଣି ନିଜକୁ ତଥା ଅନୁଷ୍ଠାନକୁ ଗୌରବାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥିଭାବେ ପୌରପରିଷଦର ୨୨ନମ୍ବର ୱାର୍ଡର କାଉନସିଲର କୁମୁଦିନୀ ରାଉତ, ୨୧ନମ୍ବର ୱାର୍ଡର କାଉନସିଲର ଊର୍ମିଳା ପରିଡା ଓ ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ପ୍ରମୁଖ ଯୋଗଦେଇ ଛାତ୍ରୀମାନେ ପାଠପଢା ସହ କ୍ରୀଡାମନସ୍କ ହେବାକୁ ପରାମଶ୍ର ଦେଇଥିଲେ ।

ଛାତ୍ରୀ ସୁଶ୍ରୀ ଜନନୀ ମାଝୀ, ସୁବର୍ଣ୍ଣା ସାହୁ, ଅନିତା ମଲ୍ଲିକ ଓ ଶୁଭଶ୍ରୀ ବେହେରା ସ୍ଵାଗତ ସଂଗୀତ ଗାନ କରିଥିଲା ବେଳେ ଆଭାଜ୍ୟୋତି ମଲ୍ଲିକ, ସୋନାଲି ରଣା, ସ୍ମୃତିସାଗରିକା ଜେନା ଓ ଏଲିଜାପ୍ରିୟଦର୍ଶିନୀ ବ୍ରହ୍ମ ପ୍ରମୁଖ ସ୍ଵାଗତ ନୃତ୍ୟ ପରିବେଶଣ କରିଥିଲେ । କ୍ରୀଡା ସଂଯୋଜକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ।

ଏହି ଅବସରରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପକ୍ଷରୁ ଭୁବନ ଠାରେ ଆୟୋଜିତ ଆନ୍ତଃ କଲେଜ ‘ଖୋ-ଖୋ’ ଟୁର୍ନାମେଣ୍ଟରେ କଲେଜ ପାଇଁ ଚମ୍ପିୟାନ ଆଣିଥିବା କ୍ରୀଡାଶିକ୍ଷକ ଅଶୋକ ଦାସ ଓ ଖେଳାଳୀମାନଙ୍କୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । କ୍ରୀଡା ସହସଂଯୋଜିକା ଅଧ୍ୟାପିକା ରୋଜାଲିନ ଦାଶଙ୍କ ସଂଚାଳନାରେ ବ୍ୟାଡମିଟନ,

ଚେସ, ଦୌଡିଡ଼ିଆଁ, କ୍ୟାରମ, ସଟ୍ଟ, ଲମ୍ବଡିଆଁ, ଉଚ୍ଚଡିଆଁ, ଡିସ୍କସ୍ ଥ୍ରୋ, ମ୍ୟୁଜିକ ଚେୟାର, ଖୋଖୋ, କବାଡି, ଆଦି ବିଭିଧ ଖେଳରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, କ୍ରୀଡାଶିକ୍ଷକ ଅଶୋକ ଦାସ, ଅଧ୍ୟାପିକା ରୋଜାଲିନା ମହାନ୍ତି,

ଅଧ୍ୟାପକ ପଦ୍ମଭୁଷଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କ୍ରୀଡା ସହସଂଯୋଜିକା ଝୁନୁମଣୀ ଜେନା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଉତ୍ସବରେ ସମୂହ ଛାତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ପରିଚାଳନାରେ ମୁଖ୍ୟକିରାଣୀ ପ୍ରଦୀପକୁମାର ପରିଡା, ପ୍ରଶାନ୍ତ କୁମାର ପଲେଇ, ଦୁର୍ଗାବତୀ ସ୍ୱାଇଁ, ବିଚିତ୍ର ଦଳାଇ, ପ୍ରଶାନ୍ତ କୁମାର ଦାସ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ l

No Result
View All Result