ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡିଶାର ଜୀବନରେଖା ମହାନଦୀର ଜଳ ସ୍ରୋତକୁ ଦୀର୍ଘ ବର୍ଷ ଧରି ଏକଚାଟିଆ ଭାବେ ଛତିଶଗଡ ଅଟକାଇ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରିଆସୁଛି । ଲଗାତାର ଭାବେ କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କୁ ଅନୁରୋଧ କରି କୌଣସି ସୁଫଳ ନମିଳିବାରୁ ଓଡିଶା ସୁପି୍ରମକୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବଂ ସୁପି୍ରମକୋର୍ଟ ନିଦେ୍ର୍ଦଶରେ ଆନ୍ତରାଜ୍ୟ ଜଳ ବିବାଦ ଟି୍ରବୁ୍ୟନାଲ ଗଠନ ହୋଇଥିଲା ।















