ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ନିଲାମଗୁଡା ପ୍ରାଥମିକ ସେବାଶ୍ରମର ପ୍ରଧାନ ଶିକ୍ଷକ ନିଳମାଧବ ଶ୍ରୀରାମଙ୍କ ଅବସର ଉପଲକ୍ଷେ ଏକ ଗରିମାମୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ମଣ୍ଡଳାଧିଶ ଶ୍ରୀଯୁକ୍ତ ସ୍ୟାମଘନ ଭୁୟାଁ ଯୋଗଦେଇ ଶ୍ରୀ ଶ୍ରୀରାମଙ୍କ ଦୀର୍ଘଦିନର ନିଷ୍ଠାବାନ ସେବା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ ।

ସମ୍ମାନିତ ଅତିଥି ଭାବେ ରାମନାଗୁଡା ତହସିଲଦାର ଶ୍ରୀ ପ୍ରାଣ କୃଷ୍ଣ ପାଣିଗ୍ରାହୀ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ସମ୍ମିତା ରଥ ଉପସ୍ଥିତ ରହି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଉତ୍ତମ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ଏହି ସଭାରେ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଶ୍ରୀ ଶ୍ରୀରାମଙ୍କ ସ୍ମୃତିମୟ କାର୍ଯ୍ୟଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ସଭା ଶେଷରେ ତାଙ୍କୁ ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।















