ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର) ହିଞ୍ଜିଳିକାଟୁ :– ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମ ପଂଚାୟତର ବିଜେଡ଼ି ନେତା ରାମହରି ଶର୍ମାଙ୍କ ପିତା ଭଗବତୀ ଶର୍ମାଙ୍କ ବୁଧବାର ସକାଳେ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ବନ ବିଭାଗୀୟ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଜ୍ୟୋତିଷ୍କ ଶାସ୍ତ୍ର ସମେତ ମିଷ୍ଠାଭାଷୀ ଓ ପରପୋକାରୀ ଭାବେ ସେ ବେଶ୍ ଜଶାଶୁଣା ଥିଲେ । ତାଙ୍କରି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଶେକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ ଉଷାରାଣୀ, ୩ ପୁଅ ରାମହରି, ଚନ୍ଦ୍ରଶେଖର, ଅବିନାଶଙ୍କ ସମେତ ୨ଝିଅ, ବୋହୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ( ହିଞ୍ଜିଳି /ଶୁସାନ୍ତ ପ୍ରଧାନ)