ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ତଥା ଜୟଦେବ ନିର୍ବାଚନ ମଣ୍ଡଳୀ କୁରୁଞ୍ଜିପୁର ପଞ୍ଚାୟତ ସୋଧୁଅ ବୀଣାପାଣି ଶିଶୁ ବିଦ୍ୟା ନିକେତନର ପିତୃ ମାତୃ ପୂଜନ ଓ ସପ୍ତମ ବାର୍ଷିକ ପୁରସ୍କାର ବିତରଣି ଉତ୍ସବ-୨୦୨୬ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଛନ୍ଦାରାଣି ମହାନ୍ତିଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ପ୍ରେସ୍ କ୍ଳବର ସଭାପତି ଦିଲ୍ଲୀପ କୁମାର ଓଝା, ମୁଖ୍ୟବକ୍ତା ଭାବେ,

ବରିଷ୍ଠ ଶିକ୍ଷାବିତ୍ ସୌମ୍ୟରଞ୍ଜନ ଦାସ ଏଵଂ ସମ୍ମାନୀତ ଅତିଥି ଭାବେ ସମାଜସେବୀ ମାଗୁଣି ଚରଣ ସେଠୀ, ଶିକ୍ଷାବିତ ପ୍ରଫେସର ରାଧାକାନ୍ତ ମହାନ୍ତି,ଶିଶୁ ସାହିତ୍ୟିକ ତଥା କୃପାନେନେତ୍ରର ସଂପାଦକ ରବୀନ୍ଦ୍ର କୁମାର ପାତ୍ର, ସାମ୍ବାଦିକ ବିନୋଦ କୁମାର ଭୋଇ , କବି ବିପିନ ବିହାରୀ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷା ମାଧ୍ୟମରେ ସାମାଜିକ ବ୍ୟବସ୍ଥାରେ ହେଉଥିବା ତ୍ରୁଟିର ସୁଧାର ପାଇଁ ସମସ୍ତ ସଚେତନ ନାଗରିକ ତଥା ଛାତ୍ରାଭିଭାବକମାନେ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ ।















