No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଏଆଇଟିୟୁସି ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ୧୨ ଫେବୃଆରୀ ଦେଶବ୍ୟାପୀ ଧର୍ମଘଟ ରାଜ୍ୟରେ ସଫଳ କରିବା ପାଇଁ ଆଜି ନିଖିଳ ଓଡ଼ିଶା ଉଦ୍ୟାନ ସାଥୀ ସଂଘର ଦ୍ୱିତୀୟ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି ।
ସଂଘର ସଭାପତି ଜ୍ଞାନଚାନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ବିରଜା ମହାକୁଡ଼ ବାର୍ଷିକ ରିପୋର୍ଟ ଉପସ୍ଥାପିତ କରିଥିଲେ । ସମ୍ମିଳନୀକୁ ଉଦ୍ଘାଟନ କରି ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାର ଚାରୋଟି ଶ୍ରମକୋର୍ଡ
କାର୍ଯ୍ୟକାରି କରିବା ଆଳରେ ଶ୍ରମିକ ଶ୍ରେଣୀର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରିବା ସହ ଟ୍ରେଡ୍ ୟୁନିୟନ୍ ଆନ୍ଦୋଳନକୁ ସଙ୍କୁଚିତ କରାଯାଉଛି । ଏହା ବିରୁଦ୍ଧରେ ଆଗାମୀ ଦେଶବ୍ୟାପୀ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦେଇଥିଲେ ।

No Result
View All Result