ରଣପୁର/ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରାଜନୈତିକ ପରିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଜୋନର ରାମଚନ୍ଦ୍ରପୁର ଶାସନରେ ଜନ୍ମିତ ଯୁବ କଂଗ୍ରେସ ନେତା ବାଳକୃଷ୍ଣ ଷଢଙ୍ଗୀଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଷଢଙ୍ଗୀ ଦୀର୍ଘ ଦିନ ଧରି କଂଗ୍ରେସ ଦଳର ସକ୍ରିୟ କର୍ମୀ ଭାବେ ଜନସେବା ଓ ସଂଗଠନମୂଳକ କାର୍ଯ୍ୟରେ ନିରନ୍ତର ଭାବେ ଜଡିତ ରହିଆସୁଛନ୍ତି ।















