ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ବୁଧବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତି ଅଧିନ ବାଗପୁର ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାମ ଉପରେ ସମସ୍ତ ୱ।ର୍ଡ ସଭ୍ୟ ସଭ୍ୟାଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ସମସ୍ତ ୱ।ର୍ଡମେମ୍ବରମାନେ ଲିଖିତ ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିବା କହୁଥିବା ବେଳେ ଏ ସମ୍ପର୍କରେ ବିଡ଼ିଓ ଡ ବ୍ୟାସଦେବ ବେହେରାଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସି ନ ଥିବା ଜଣାଇଥିଲେ ।। ଅଭିଯୋଗ କ୍ରମେ ବାଗପୁର ଗ୍ରାମପଞ୍ଚାୟତରେ ଚଳିତ ମାସ ୧୭ ତାରିଖରେ ଏକ ମାସିକ ବୈଠକ ପାଇଁ ସରପଞ୍ଚ ନୋଟିସ ଜାରି କରିଥିଲେ । ଏଥିରେ ସମସ୍ତ ସଭ୍ୟସଭ୍ୟା ଦୀର୍ଘ ୫ ମାସର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କରୋନା ମହାମାରୀ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ସହ ଏସ୍ଏଫସି,ସିଏଫସି ଓ ଗ୍ରାମ୍ୟ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି ।
ଏହି ଖର୍ଚ୍ଚର ହିସାବ ୱ।ର୍ଡସଭ୍ୟମାନେ ମାଗିବାରୁ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈ । ଣସି ଉତ୍ତର ନ ଦେଇ ଆମେ ଉକ୍ତ ଖର୍ଚ୍ଚର ହିସାବ ଦେଇ ପାରିବୁ ନାହିଁ ବୋଲି ସଫେଇ ଦେଇଥିବା ୱ।ର୍ଡ ସଭ୍ୟ,ସଭ୍ୟା ଅଭିଯୋଗ କରିଛନ୍ତି। ଯାହା ଦ୍ଵାରା ଚଳିତ ମାସ ବୈଠକକୁ ସଭ୍ୟସଭ୍ୟା ବର୍ଜନ କରି ଆଗାମୀ ଦିନରେ ଖର୍ଚ୍ଚର ହିସାବ ନ ଆସିବା ପର୍ଯ୍ୟନ୍ତ ମାସିକ ବୈଠକ ବର୍ଜନ କରିବୁ ବୋଲି ୫ନଂ ୱ।ର୍ଡସଭ୍ୟ ଭୁପେନ ନାଏକ, ୱ।ର୍ଡ ନଂ ୧ର ଧୋବା ସୁନା, ୱ।ର୍ଡସଭ୍ୟ ଚକାନନ୍ଦ ମାଝୀ,ରତନୀ ପରାଭୋଇ, ତିଲତ୍ତମା ମାଝୀ, କୁମୁଦିନୀ ବାଗ ପ୍ରମୁଖ ଅଭିଯୋଗ ଆଣିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)