No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କେ ଭି ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମନୋଜ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ଦୁଟିୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ଉସ୍ତବ୍ ର ପର୍ବ ଅଭ୍ୟୁଦୟ ନାମରେ ଏକ ବିଦୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି l ଏହି ଉତ୍ସବ ଟି ଯୁକ୍ତ ଦୁଇ ର ବରପ୍ରାପ୍ତ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ଙ୍କ ସମନ୍ୱୟ ରେ ଅନୁଷ୍ଠିତ ହୋଇଥିବା ବେଳେ, ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଓ ଅନ୍ୟମାନଙ୍କ ମଧ୍ୟରେ ନଗରପାଲ ବାରୀୟମ ସିଂହ ସାଲୁଜା,ଓକିଲ ସଂଘ ସଭାପତି ପ୍ରଫୁଲ୍ଲ ନାୟକ,
ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ସମ୍ମାନିତ ଅତିଥି ଓ ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ମଞ୍ଚାସିନ ଥିଲେ l ସମସ୍ଥ ଅତିଥି ପ୍ରଥମେ ଦିବଂଗତ ପରିଚାଳନା କମିଟି ସଭାପତି, ସମ୍ପାଦକ, ଅଧ୍ୟକ୍ଷ , ଅଧ୍ୟାପକ ଓ କର୍ମଚାରୀ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ୍ ଜ୍ଞାପନ କରିଥିଲେ ଓ ପରେ ସଭକାର୍ୟକ୍ରମ୍ ଆରମ୍ଭ ହୋଇଥିଲା l ସଭାକୁ ଅଧ୍ୟାପକ ସୁଶାନ୍ତ ମହାନନ୍ଦ ପରିଚାଳନା କରିଥିଲେ l
ସମସ୍ତ ଅତିଥି ଧର୍ୟ, ଶୃଙ୍ଖଳା ଓ କଠିନ ଅଧ୍ୟବସାୟ ବକରେ ହିଁ ସଫଳତା ମିଳିପାରେ ଏବଂ ବର୍5ଅମନ୍ ର ଶିକ୍ଷାଦାନ ପାରମ୍ପାରିକ ଓ ଆଧୁନିକ ପଦ୍ଧତି ର ସମନ୍ୱୟ ରେ ହେବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ l ଏହି ସଭାରେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା, ପ୍ରାଧ୍ୟାପକ,ଅଧ୍ୟାପକ, ତଥା ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ, ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଦୂତିୟ ବର୍ଷର ଛାତ୍ରୀ ଛାତ୍ର ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ କରିଥିଲେ l ଅଧ୍ୟାପକ ଯତୀନ ଦ୍ୱାରି ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ l

No Result
View All Result