No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଏଣିକି ପ୍ରାର୍ଥନା ସମୟରେ ଭ୍ରମରି ପ୍ରାଣାୟାମ ଓ ଓଁକାର ଜପ ବାଧ୍ୟତା ମୂଳକ ହେବ I ଏନେଇ ବେଲପଡ଼ା ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଅଭିନଵ ମିଶ୍ର ଏକ ଚିଠି ଦେଇ ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟ,ଉଚ୍ଚବିଦ୍ୟାଳୟ,

ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ଅବଗତ କରାଇଛନ୍ତି I ଭ୍ରମରି ପ୍ରାଣାୟାମ ଓ ଓଁକାର ଜପର ନିୟମିତ ଅଭ୍ୟାସ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ବିକାଶ ସହ ଚରିତ୍ର ଗଠନରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି I ପ୍ରାର୍ଥନା ସମୟରେ ଭ୍ରମରି ପ୍ରାଣାୟାମକୁ ୧୧ ଥର ଓ ଓଁକାର ଜପକୁ ୭ ଥର କରିବାକୁ ଚିଠିରେ ଉଲ୍ଲେଖ ରହିଛି I

No Result
View All Result