ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକରେ ଓଡିଶା ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଠାରୁ ମଣ୍ଡିରେ ମାଣ୍ଡିଆ କ୍ରୟ ନିମନ୍ତେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପନୀ ଲିଃ. ତରଫରୁ ପରିମଳ ରେ ଶନିବାର ଦିନ , ଖଜୁରୀପଦାରେ ବୁଧବାର ଦିନ ଓ ବେତାରସିଂ ରେ ଗୁରୁବାରଦିନ ଜାନୁୟାରୀ ମାସ ଠାରୁ ମାର୍ଚ୍ଚ ମାସ ପଯ୍ୟନ୍ତ ମାଣ୍ଡିଆ କ୍ରୟ କରିବାର ବ୍ୟବସ୍ଥା ରହିଛି ତେଣୁ ଆଜି ନୂଆଗଡ ବ୍ଲକ ର ବେତାରସିଂ ଗ୍ରାମରେ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ ମୁଖ୍ୟ ଅତିଥି ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ . ପ୍ରକାଶ ରାଓ ସମ୍ମାନିୟ ଅତିଥି ଭାବେ ଉପସ୍ଥିତ ରହି ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ .

ଶ୍ରୀମତୀ ପ୍ରଧାନ ଚାଷୀମାନଙ୍କୁ ଅଧିକ ପରିମାଣ ରେ ମାଣ୍ଡିଆ ଚାଷ କରିବାକୁ ପରାମର୍ଶ ଦେଇଥିଲେ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ . ପ୍ରକାଶ ରାଓ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେବାସାହିତ ଚାଷୀମାନଙ୍କୁ ବିଭାଗୀୟ କର୍ମଚାରୀଙ୍କ ସହ ସବୁବେଳେ ଯୋଗାଯୋରେ ରହିବାର ଅବଶ୍ୟତା ରହିଥିବା କଥା ଗୁରୁତ୍ୱ ଦେଇଥିଲେ ଅନ୍ୟ ସମ୍ମାନନୀୟ ଅତିଥି ମଧ୍ୟରେ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ସଂଗ୍ରାମ ପରମଗୁରୁ , ବ୍ଲକ କୃଷି ଅଧିକାରୀ ଶ୍ରୀ ଭୁବେନ୍ଦ୍ର ମୁର୍ମୁ ବେତାରସିଂ ପଂଚାୟତର ସରପଂଚ, ଶ୍ରୀ ଅନ୍ନ ଭିଯାନ ର ଜିଲ୍ଲା ଓ ବ୍ଲକ ସଂଯୋଜକ,















