ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିରିଡି ବ୍ଲକ ଅନ୍ତର୍ଗତ ଅଣଖିଆ ସ୍ଥିତ ଚେକାମାଳ ଗ୍ରାମର ଆରାଧ୍ୟା ଦେବତା ତ୍ରିନାଥ ମହାପ୍ରଭୁଙ୍କ ପ୍ରାଙ୍ଗଣରେ ଅଷ୍ଟମ ପ୍ରହର ନlମଜଜ୍ଞ ଓ ବିଶ୍ଵଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଶନିବାର ଶୁଭାଧି ବାସ, ରବିବାର ନlମଯଜ୍ଞ,

ସୋମବାର ନଗର କୀର୍ତ୍ତନ କରାଯିବାସହ ମଙ୍ଗଳବାର ବିଶ୍ଵଶାନ୍ତି ମହାଜଜ୍ଞ ଓ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l କର୍ତ୍ତା ଭାବେ ସମୀର କୁମାର ସିଂହ ଓ କର୍ତ୍ତୀ ଭାବେ ତାଙ୍କ ପତ୍ନୀ ଅରୁନ୍ଧତୀ ରାୟ କାର୍ଯ୍ୟକ୍ରମ ତୁଲାଇଥିଲେ l ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

ଏହି ପରିପ୍ରେକ୍ଷୀରେ ଗ୍ରାମର କଳାକାର ମାନଙ୍କ ଦ୍ୱାରା ରାମ ବନବାସ କାହାଣୀ ଶେଷ ଓ ସେଇ ଗୋଟିଏ ଭୁଲପାଇଁ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କଳାକାର ମାନେ ପ୍ରକାଶ କରିଥିଲେ l














