ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ବର୍ଗତ ହେମନ୍ତ କୁମାର ଜେନା ଜଣେ ଅମାୟିକ ବ୍ୟକ୍ତି ଥିଲେ l ଆଜିର ରାଜନୈୟିତିକ ବ୍ୟକ୍ତିମାନଙ୍କ ଠାରୁ ସେ ଥିଲେ ସ୍ୱତନ୍ତ୍ର ଅଲଗା l ଲୋକ ମାନଙ୍କସହ ପ୍ରତକ୍ଷ ଭାବରେ ମିଶିବା,ଅବହେଳିତ ମାନଙ୍କର ସମସ୍ୟା ବୁଝିବା ସହ ତାଙ୍କର କିଭଳି ଭାବରେ ବିକାଶ ହେବ ସେଥିପାଇଁ ସେ ସଦାସର୍ବଦା ଉଦ୍ୟମ କରୁଥିଲେ l ଅବିଭକ୍ତ ଉତ୍ତରଶାସନ ପଞ୍ଚାୟତ ର ସରପଞ୍ଚ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇ ବେଶ ଲୋକ ପ୍ରିୟତା ଅର୍ଜନ କରିଥିଲେ l

ବିଜୁ ପଟ୍ଟନାୟକ ଙ୍କ ଏକାନ୍ତ ଆନୁଗତ୍ୟ ଥିଲେ ବୋଲି ବକ୍ତାମାନେ ବୁଧବାର କଇଜଙ୍ଗl କନକ ସୁନ୍ଦରୀ ଠାକୁରାଣୀ ଙ୍କ ପୀଠରେ ଆୟୋଜିତ ସ୍ବର୍ଗତ ହେମନ୍ତ କୁମାର ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସଭାରେ ବକ୍ତାମାନେ ମତଦେଇଛନ୍ତି l କଟକ ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତି ଭାବେ ତିର୍ତୋଲ ବିଧlୟକ ଡ଼ଃ ରମାକାନ୍ତ ଭୋଇ ଯୋଗ ଦେଇଥିଲାବେଳେ ମୁଖ୍ୟ ବକ୍ତା ଭାବେ ବିରିଡିବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ,

ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମୟୀ ବିଶ୍ୱାଳ, ଦରଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ସତ୍ୟଭାମା ବେହେରା, ସମିତି ସଭ୍ୟା ପ୍ରଗତି ଦଳାଇ, ସମାଜ ସେବୀ ତୃପ୍ତିରଞ୍ଜନ ରାୟ, ସରପଞ୍ଚ ଲଷ୍ମୀପ୍ରିୟା ଜେନା, ପବିତ୍ର ପଶାୟତ, ଶିବପ୍ରସାଦ ଜେନା, ଦିଲ୍ଲୀପ ମହାପାତ୍ର, ବିଜେଡି ବ୍ଲକ ସଭାପତି ରବୀନ୍ଦ୍ର ରାଉଳ ଯୋଗଦେଇ କଇଜଙ୍ଗl ଠାରେ ସ୍ବର୍ଗତ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଉପରୋକ୍ତ ବକ୍ତବ୍ୟ ଦେଇଥିଲେ l ଶେଷରେ ସ୍ବର୍ଗତ ଜେନାଙ୍କ ପୁତ୍ର ସ୍ୱରାଜ ଜେନା ଧନ୍ୟବାଦ ଦେଇଥିଲେ l














