ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ପୋଲିସ ଆଉଟ ପୋଷ୍ଟ ରେ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଏକ ପଇଡ଼ ବୋଝେଇ ଟ୍ରକ ସହ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଓ ଚାଲାଣକାରୀ ବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ା ପୋଲିସ ଷ୍ଟେସନ ଅଧୀନରେ କାର୍ଯ୍ୟ କରୁଥିବା ବାରଖାମା ପୋଲିସ ଆଉଟପୋଷ୍ଟର ଏକ ସ୍ୱତନ୍ତ୍ର ପୋଲିସ ଦଳ ନିୟମିତ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ାରୁ ବାରଖାମା ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଅଞ୍ଚଳ କୁ ଏକ ପଇଡ଼ ବୋଝେଇ ଟ୍ରକ ଦ୍ରୁତ ଗତିରେ ଯାଉଥିବାର ଦେଖିବାକୁ ମିଳିଥିଲା।















