ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ । ଜେସିବି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ଝିରିପାଣି ଗ୍ରାମର ଶିକାରୀ ଜୟମଙ୍ଗଳ ପାତ୍ରକୁ ଗିରଫ କରିଛି ବନ ବିଭାଗ । ଜୟମଙ୍ଗଳ ଘରୁ ତାର ଓ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି । ବେଲଘର ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଯୋର୍ ଧରିଥିଲା ।















