ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶିକ୍ଷାଦାନ କ୍ଷେତ୍ରରେ କବିତା ସ୍ୱାଇଁ ଥିଲେ ଅନନ୍ୟା l ସମୟାନୁ ବର୍ତ୍ତିତା, ଛାତ୍ର ବତ୍ସଳତା ଓ କର୍ତ୍ତବ୍ୟ ନିଷ୍ଠା ପ୍ରତି ସେ ସଚେତନ l ତାଙ୍କର ଅବସର ଆମ ବିଦ୍ୟାଳୟ ପାଇଁ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ହାଜିପୁରସ୍ଥ ଅଷ୍ଟଶମ୍ଭୁ ବାଳିକା ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କବିତା ସ୍ୱାଇଁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ସେହିପରି ଉକ୍ତ ବିଦ୍ୟାଳୟର ଚତୃର୍ଥ ଶ୍ରେଣୀ କର୍ମଚାରୀ ଗୌରୀ ବାଳl ଜେନା ଙ୍କ କର୍ମନିଷ୍ଟା ଉପରେ ଛାତ୍ରୀ ଓ ଅତିଥି ମାନେ ଭାବ ବିହୋଳ ହୋଇ କାନ୍ଦି ପକାଇଥିଲେ l

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୀର ଆଜମୀର ଅଲ୍ଲୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଆରତୀ ଭୂୟାଁ, ମୁଖ୍ୟ ବକ୍ତା ଭାବେ ଡ଼ଃ ସୁରେଶ ଚନ୍ଦ୍ର ଜେନା, ବରେଣ୍ୟ ଅତିଥିତି ଭାବେ ସମାଜ ସେବୀ ଅକ୍ଷୟ କୁମାର ଭୂୟାଁ, ଏବିଇଓ ରଞ୍ଜନାଦାସ, ସାମାଜିକି କର୍ମୀ ବିକ୍ରମ ଦାଶ, ପୂର୍ବତନ ସରପଞ୍ଚ ବିମଳ ପ୍ରାସାଦ ସେଠୀ, ଶିବ ପ୍ରାସାଦ ଦାସ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରଭାତୀ ଜେନା, ନିରଞ୍ଜନ ବେହେରା ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି l

ଛାତ୍ରୀ, ପରିଚାଳନା କମିଟି ଓ ସହ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କବିତା ସ୍ୱାଇଁ ଓ କର୍ମଚାରୀ ଗୌରୀବାଳା ଜେନାଙ୍କୁ ପୁଷ୍ପଗୁଛ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷୟିତ୍ରୀ ନମିତା ଚୌଧୁରୀ, କିର୍ତ୍ତୀ ପ୍ରଭା ସ୍ୱାଇଁ, ମମତା ତ୍ରିପାଠୀ, ମଧୁ ଛନ୍ଦା ଆଚାର୍ଯ୍ୟ, ପୁଷ୍ପା ରାଣୀ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶେଷରେ ଅକ୍ଷୟ କୁମାରଭୂୟାଁ ଧନ୍ୟବାଦ ଦେଇଥିଲେ l














