• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ନାଗାର୍ଜୁନ ବେଶ ପାଇଁ ଖୁବ୍‌ଶୀଘ୍ର ଛତିଶା ନିଯୋଗ ବୈଠକ – ପୁରୀ

Proprietor Abhimanyu Maharana by Proprietor Abhimanyu Maharana
September 23, 2020
in Uncategorized, ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
ନାଗାର୍ଜୁନ ବେଶ ପାଇଁ ଖୁବ୍‌ଶୀଘ୍ର ଛତିଶା ନିଯୋଗ ବୈଠକ – ପୁରୀ
Share on FacebookShare on TwitterWhatsapp

ପୁରୀ : ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ସମ୍ପର୍କରେ ଆଲୋଚନା ପାଇଁ ଖୁବ୍‌ଶୀଘ୍ର ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ତାହାକୁ ଭିତ୍ତିକରି ନୀତି ସବ୍‌କମିଟି ବୈଠକରେ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ ।

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର) ପୁରୀ :– କରୋନା ବିପତ୍ତି ଯୋଗୁଁ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ କି ନାହିଁ ସେ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିବେ। ଆବଶ୍ୟକସ୍ଥଳେ ରାଜ୍ୟ ସରକାରଙ୍କ ମତାମତ ଲୋଡାଯିବ। ତେବେ ନଭେମ୍ବର ୨୭ତାରିଖରେ ଦାରୁବ୍ରହ୍ମଙ୍କୁ ନାଗାର୍ଜୁନ ବେଶ କରାଯିବା ନିଶ୍ଚିତ ହୋଇଛି। ଏଥିପାଇଁ ଦଶହରାଠାରୁ ବେଶ ସାମଗ୍ରୀ ପ୍ରସ୍ତୁତ କରାଯିବ ବୋଲି କାରିଗର ବସନ୍ତ ରଣା ସୂଚନା ଦେଇଛନ୍ତି। ଚକ୍ରକୋଟ ଯାଗାରେ ତିନିଠାକୁରଙ୍କ ପାଇଁ ବେଶତାଟି ପ୍ରସ୍ତୁତ କରାଯିବ। ମନ୍ଦିର ପ୍ରଶାସନଠାରୁ ସବୁଜ ସଙ୍କେତ ପାଇବା ପରେ ଏଥିପାଇଁ ବେତ, ସୋଲ, ଜରି, ଜମ୍ବୁରା, କନା ଏବଂ କଇଁଥ ଅଠା ସଂଗ୍ରହ ଆରମ୍ଭ ହୋଇଛି ।

ପ୍ରାୟ ୨୬ବର୍ଷ ପରେ ଚଳିତବର୍ଷ ଶ୍ରୀଜୀଉଙ୍କ ଆକର୍ଷଣୀୟ ନାଗାର୍ଜୁନ ବେଶ ହେଉଥିବାରୁ ତାହାକୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ ଅଧିକ ଗହଳି ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ବିନା ଭକ୍ତରେ ନାଗାର୍ଜୁନ ବେଶ କରାଯିବାକୁ ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ମହାପାତ୍ର ଏବଂ ମାଧବ ଚନ୍ଦ୍ର ପୂଜାପଣ୍ଡା ପରାମର୍ଶ ଦେଇଛନ୍ତି। ଚଳିତବର୍ଷ ରଥଯାତ୍ରା ପରି ନାଗାର୍ଜୁନ ବେଶରେ ସ୍ଥାନୀୟ ଅଧିବାସୀଙ୍କ ସମେତ ଜଗନ୍ନାଥପ୍ରେମୀ ଭକ୍ତମାନେ ସହଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତେବେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଏ ସମ୍ପର୍କରେ ଆଲୋଚନା ପାଇଁ ଖୁବ୍‌ଶୀଘ୍ର ଛତିଶା ନିଯୋଗ ଏବଂ ନୀତି ସବ୍‌କମିଟି ବୈଠକ ଡକାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ।

ନାଗାର୍ଜୁନ ବେଶ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ କାର୍ତ୍ତିକମାସରେ ଏହି ବେଶ ଅନୁଷ୍ଠିତ ହେବ। ଗବେଷକଙ୍କ ମତ ଅନୁଯାୟୀ ଯେଉଁବର୍ଷ କାର୍ତ୍ତିକମାସରେ ପଞ୍ଚକ ୫ଦିନ ପରିବର୍ତ୍ତେ ୬ଦିନ ପଡିଥାଏ ଅର୍ଥାତ୍‌ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପଞ୍ଚକର ଯେଉଁତିଥି ମଳରୁହେ ସେହି ତିଥିରେ ଠାକୁରଙ୍କୁ ନାଗାର୍ଜୁନ ବେଶ କରାଯାଏ। ଏହାପୂର୍ବରୁ ୧୯୬୬ ନଭେମ୍ବର ୨୬, ୧୯୬୭ ନଭେମ୍ବର ୧୬, ୧୯୬୮ ନଭେମ୍ବର ୩ରେ ଲଗାତାର ୩ବର୍ଷଧରି ଠାକୁରଙ୍କୁ ନାଗାର୍ଜୁନ ବେଶ କରାଯାଇଥିଲା । ଏହାର ୨୭ବର୍ଷ ପରେ ୧୯୯୩ ନଭେମ୍ବର ୨୬ରେ ଦାରୁବ୍ରହ୍ମ ନାଗାର୍ଜୁନ ବେଶ ହୋଇଥିଲେ ।

ପୁନର୍ବାର ୧୯୯୪ ମସିହାରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ନାଗାର୍ଜୁନ ବେଶ କରାଯାଇଥିବା ଜଣାପଡିଛି। ଏଥିପାଇଁ ପ୍ରାୟ ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ୧୯୯୩ ନାଗାର୍ଜୁନ ବେଶରେ ପ୍ରବଳ ଜନ ସମାଗମ ଯୋଗୁଁ ଦଳାଚକଟା ହୋଇଥିଲା। କେତେକ ଭକ୍ତଙ୍କର ସେଥିରେ ମୃତ୍ୟୁ ହୋଇଥିଲା। ନାଗାର୍ଜୁନ ବେଶରେ ଠାକୁରଙ୍କୁ ନାଗାପରି ବେଶ କରାଯାଏ। ସେଥିରେ ସୋଲ, କନା, ଜରି ଓ ବେତରେ ହାଣ୍ଡିଆ, ନିଶଧାଢି, ଛୁରି, କଟାରି, ବାଘଛାଲ, ସିଂଘଡା ଆଦି ପ୍ରସ୍ତୁତ କରାଯାଏ। ଏହାଛଡା ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣ ଶ୍ରୀଭୂଜ, ଶ୍ରୀପୟର, ବାଘନଖିମାଳି, ହରିଡାମାଳି ପରିଧାନ କରିଥାଆନ୍ତି। ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତରେ ଶଙ୍ଖଚକ୍ର ଏବଂ ଶ୍ରୀବଳଭଦ୍ର ହଳମୂଷଳ ଧାରଣ କରିଥାଆନ୍ତି। ଦାରୁବ୍ରହ୍ମଙ୍କ ବେଶଗୁଡିକ ମଧ୍ୟରେ ନାଗାର୍ଜୁନ ବେଶ ଅତ୍ୟନ୍ତ ଆକର୍ଷଣୀୟ ଏବଂ ମନମୁଗ୍ଧକର।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version