କେ.ସି କ୍ଲବର ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ଉଦାହରଣ
ନୟଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜିଲ୍ଲାର ସର୍ଵ ପୁରାତନ କେ.ସି କ୍ଲବର ଶତବାର୍ଷିକ ଉତ୍ସବର ଚତୁର୍ଥ ସନ୍ଧ୍ୟା ଗୁରୁବାର ଅନୁଷ୍ଠିତ ହୋଇଯାଇଛି |ସଭାପତି ଭାଗିରଥି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାନ୍ଧ୍ୟ କାଳୀନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଟଲିର ବିଧାୟକ ଇରାଶିସ ଆଚାର୍ଯ୍ୟ ଯୋଗଦେଇ ଶହେ ବର୍ଷରେ ପଦାର୍ପଣ କରିଥିବ କେ.ସି କ୍ଲବର୍ ଗାରିମାମୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ବିଗତ ଦିନରେ କ୍ଲବର୍ ଗାରିମାମୟ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେଉ ବୋଲି ମତବ୍ୟକ୍ତ କରିଥିଲେ |

ଏପରିକି ଏହି କ୍ଳବର ପ୍ରଭୂତ ଉନ୍ନତି ପାଇଁ ମୂଖ୍ୟମନ୍ତ୍ରୀଙ୍କ ଶହ ନିଜେ ବ୍ୟକ୍ତିଗତ ଭାବେ ଅନୁରୋଧ କରିବା ଶହ କ୍ଲବର୍ ବିକାଶ ପାଇଁ ମୋ ଦ୍ୱାର ସର୍ବଦା ଖୋଲା ରହିଛି ବୋଲି ପ୍ରକାଶ କରିଥିଲେ | ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା ପ୍ରମୁଖ ଯୋଗଦେଇ ଏହା ରାଜ୍ୟର ଏକମାତ୍ର ଗ୍ରାଜୁଏଟ କ୍ଲବ୍ ହୋଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିବା ନିମନ୍ତେ ନିଜ ସାଧ୍ୟମତେ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ପ୍ରକାଶ କରିଥିଲେ |

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସଂପାଦକ ସଂଗ୍ରାମ କେଶରୀ ଗୁମାନ ସିଂ ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି ଅବସରରେ ଉପସଭାପତି ଭବାନୀ ଶଙ୍କର ଦାସ,ଯୁଗ୍ମ ସଂପାଦକ ଚନ୍ଦନ ମହାପାତ୍ର, କୋଷାଧ୍ୟକ୍ଷ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ତେବେ କ୍ଲବ୍ ପକ୍ଷରୁ ସିନିୟର୍ ସିଟିଜନ , ବର୍ଷୀୟାନ ସଭ୍ୟ, ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ମଞ୍ଚାଶିନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ସଭାପତି ଶ୍ରୀଯୁକ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |














