ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡମପଡ଼ା ବ୍ଲକ ବାଆଁରାସ୍ଥ ଫ୍ରେଣ୍ଡ୍ସ୍ କ୍ଲବ ଆନୁକୁଲ୍ୟରେ ନରାଜ ଜରାଶ୍ରମ ପରିସରରେ ଅନ୍ତେବାସୀଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି ଓ ସମସ୍ତ ଅନ୍ତେବାସୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟଅତିଥି ଭାବେ ପ୍ରଶାନ୍ତ କୁମାର ମହାପାତ୍ର,

ସମ୍ମାନିତ ଅତିଥି ଭାବେ ୱାଇଜମ୍ୟାନ୍ ଜିଲ୍ଲା ଗଭର୍ଣ୍ଣର ସତ୍ୟଗୋପାଳ ପରିଜା, ନଳିନୀ ମହାପାତ୍ର, ଅକ୍ଷୟ କୁମାର ଦେଓ, ସତ୍ୟନାରାୟଣ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ସମାଜସେବୀ ଗୌରାଙ୍ଗ ଚରଣ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୀତାଞ୍ଜଳି ବେହେରା, ବିଶ୍ୱନାଥ ସାହୁ, ଆଶୀର୍ବାଦ ସାହୁ, ମହେଶ ବେହେରା, ବିକାଶ ଦାସ, କଣ୍ଢେଇ ଭୋଇ, ମଣ୍ଟୁ ବାରିକ ପ୍ରମୁକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।














