କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମସ୍ଚ୍ୟଜୀବିଙ୍କ ସୁରକ୍ଷା ପାଇଁ ଲାଇଫି ଜ୍ୟାକେଟ ବଣ୍ଟନ । ସାମୁଦ୍ରିକ ପଥ ଦେଇ ତଟବର୍ତ୍ତୀ ଅଂଚଳରେ ଅନୁପ୍ରବେଶ ଉପରେ ନିୟନ୍ତ୍ରଣ ବାହ୍ୟଶକ୍ତିକୁ ପ୍ରତିହତ କରିବା ସହିତ ବେଆଇନି କାର୍ଯ୍ୟକଳାପ ଓ ନିଶାଜାତ ଦ୍ରବ୍ୟ ଚାଲାଣ ଆଦି ରୋକିବା ଉପରେ ତଟରକ୍ଷୀ ପୁଲିସ ବାହିନୀ ଏବେ ଗୁରୁତ୍ୱ ଦେଇଛିପୋଲିସ ଆମେ ଦେଖାଉଛୁ ପୁରୀ ଜିଲ୍ଲା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପରିସରରେ ସ୍ଥାନୀୟ ଅଂଚଳର ମସ୍ଚ୍ୟଜୀବି, ସାଧାରଣ ଜନତା,ଲୋକ ପ୍ରତିନିଦି ଓ ପୋଲିସ ମଧ୍ୟରେ ପରସ୍ପର ସୁସମ୍ପର୍କ ସହ କିପରି ଅଧିକ ନିକଟତର ହୋଇ ଜନ ସାଧାରଣ ଙ୍କ ବିଶ୍ୱାସ ଭାଜନ ହେବ ତାହା ଏହି ଅଭିଯାନର ମୁଖ୍ୟ ଉଦେଶ୍ୟ ।

ଏଥିଲାଗି ତୃଣମୂଳ ସ୍ତରରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ କୋଣାର୍କ ସାମୁଦ୍ରିକ ଥାନା ତଟବର୍ତ୍ତୀ ଅଂଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହେଉଛି । ଆଜି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ସସ୍ମିତା ସାହୁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ରେ” କମ୍ୟୁନିଟି ପୋଲିସିଂ”ଜରିଆରେ ଜନ ସାଧାରଣ ଓ ପୁଲିସ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ସହିତ ସ୍ଥାନୀୟ ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ସୁରକ୍ଷା କୁ ନିଶ୍ଚିତ କରିହେବ । ତଟବର୍ତ୍ତୀ ଅଂଚଳରେ ପୁଲିସ ଲୋକଙ୍କ ବିଶ୍ୱାସ ଭାଜନ ହେବା ସହ ଆଗାମୀ ଦିନରେ ଉତ୍ତମ ସେବା ପ୍ରଦାନ କରିବାରେ ଗୁରୁଦାୟିତ୍ୱ ତୁଲାଇବେ ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ ।

ଲୋକ ଙ୍କ ସହ ଭାଗିତା ରେ ସ୍ଥାନୀୟ ଅଂଚଳରେ ଅପରାଧ ସଂଖ୍ୟା ହ୍ରାସ ପାଇବ ଏବଂ ସମାଜ ରେ ଶାନ୍ତି ବଜାୟ ରହିବ।ସମୁଦ୍ର ତଟବର୍ତ୍ତୀ ଅଂଚଳରେ ଅଜଣା ଲୋକଙ୍କ ଆଶ୍ରୟ ନ ଦେବା, କାହାର ଗତିବିଧି ଉପରେ ସନ୍ଦେହ ଆସିଲେ ସାମୁଦ୍ରିକ ଥାନା ପୁଲିସ କୁ ଜଣାଇବା, ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ମସ୍ଚ୍ୟଜୀବି ଦୀର୍ଘ ଦିନ ଧରି ନ ଫେରିଲେ ପୁଲିସ କୁ ଜଣାଇବାକୁ ଲୋକଙ୍କୁ କୁହାଯାଇଛି । ସମୁଦ୍ର ପଥରେ ରାଜ୍ୟକୁ ଆସୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ନିୟନ୍ତ୍ରଣ କରିବାକୁ ଏହା ସହାୟକ ହେଉଛି ।















