ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପବିତ୍ର ମାଘ ମାସର ଭିଷ୍ମ ଏକାଦଶୀ ଉପଲକ୍ଷେ ରାୟଗଡା ଜିଲ୍ଲା ରାମନାଗୁଡ଼ା ସ୍ଥିତ ତ୍ରୀନାଥ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶ ମଧ୍ୟରେ ଅଷ୍ଟପହରି ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ। ନାମଯଜ୍ଞ ଅବସରରେ ହରିନାମ ସଂକୀର୍ତ୍ତନ, ଭଜନ ଓ କୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିରସରେ ମଗ୍ନ ହୋଇଉଠିଛି। ଦୂରଦୂରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୁଣ୍ୟ ଲାଭ କରୁଛନ୍ତି।

ଏହି ଅଷ୍ଟପହରି ନାମଯଜ୍ଞ ସଫଳ ଆୟୋଜନ ପାଇଁ ମନ୍ଦିର କମିଟି ସଭ୍ୟ ହେମାରାଓ କଂସ ବେହେରା, ଭାସ୍କର ରଥ, ରୁଷିକେଶ ପାତ୍ର, ଧବଳେଶ୍ୱର ପାତ୍ରୀ, ହିନ ପାଣିଗ୍ରାହୀ, ଟୁଟୁ ଶାବତ, ସନ୍ତୋଷ ପଣ୍ଡା, ବାସୁଦେବ ରତ୍ନାଲୁ ଓ ମକର ଧୈବା ସହ ସମସ୍ତ କମିଟି ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ପ୍ରଶଂସନୀୟ ରହିଛି।ଶେଷ ଦିନରେ ପୂର୍ଣ୍ଣାହୁତି ସହ ନଗର ପରିକ୍ରମା କରିବା ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।














