ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଦଶମ ବୋର୍ଡ ୨୦୨୬ ପରୀକ୍ଷାରେ ଭଲ ଫଳାଫଳ ଆଣିବା ନିମନ୍ତେ ଚାଲିଥିବା ଆବାସିକ କାର୍ଯ୍ୟକ୍ରମ ପରିଦର୍ଶନ ନିମନ୍ତେ ମାଲକାନଗିରି ବ୍ଲକ ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମ ଭି ୭ ଓ କାଲିମେଳା ବ୍ଲକ ସ୍ଥିତ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ ।

ଜାନୁଆରୀ ମାସ ୧୯ରୁ ୨୪ ମଧ୍ୟରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ୪ଟି କେନ୍ଦ୍ରରେ ଜିଲ୍ଲାରୁ ୨୦୦ ଚୟନିତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖି ସେମାନଙ୍କୁ ମାଗଣା ଖାଦ୍ୟ, ପଠନ ସାମଗ୍ରୀ, ଯୋଗ ଅଭ୍ୟାସ, ବିଷୟ ବିଶେଷଜ୍ଞ ଦ୍ଵାରା ସ୍ଵତନ୍ତ୍ର ଦୈନିକ ଅଭ୍ୟାସ ପରୀକ୍ଷା ତଦାରଖ କରି ସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲାପାଳ ସୁମେଶ କୁମାର ଉପାଧ୍ୟାୟ ପୁନଶ୍ଚ ଏହି ପିଲାଙ୍କ ପାଇଁ ଦ୍ଵିତୀୟ ସପ୍ତାହ ଅଭ୍ୟାସର ଆୟୋଜନ କରିବାକୁ ଆଦେଶ ଦେଇଥିଲେ । ପିଲାଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଶତ ପ୍ରତିଶତ ଉପସ୍ଥିତି କରିବାକୁ ପରାମର୍ଶ ଦେଇଥିଲେ।















