ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବେଗୁନିଆ ବ୍ଲକ ଦେଉଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଚିଆଖାଲ ଗ୍ରାମସ୍ଥିତ ମା “ବଘେଇ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଓ କ୍ଳବ ସଭାପତି ସଞ୍ଜୟ କୁମାର ପ୍ରଧାନଙ୍କ ଆବାହକତ୍ୱରେ କୋଚିଆଖାଲ ଖେଳପଡିଆଠାରେ ଆୟୋଜିତ ପ୍ରୀମିୟର କ୍ରିକେଟ ଲିଗ୍ ସିଜିନ୍ ୧ ଆଜି ଉଦଯାପିତ ହୋଇଯାଇଅଛି l ଏହି ପ୍ରୀମିୟର କ୍ରିକେଟ ଲିଗ ମ୍ୟାଚରେ ଚାରୋଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ, l ମା “ମଙ୍ଗଳା ୱାରିଅର କ୍ରିକେଟ ଦଳ ସହିତ ମା” ରାମଚଣ୍ଡୀ ବ୍ରଦର୍ସ କ୍ରିକେଟ ଦଳ ମଧ୍ୟରେ ଆଜିର ଫାଇନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା l

ପ୍ରଥମେ ଟସ ଜିତି ମା ମଙ୍ଗଳା ୱାରିଅର ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭୭ ରନ ସଂଗ୍ରହ କରିଥିଲା ଜବାବରେ ମା ରାମଚଣ୍ଡୀ ବ୍ରଦର୍ସ ୮ ଓଭରରେ ୭୮ ରନ କରି ଚାମ୍ପିଅନ ହୋଇଥିଲା । ଏହି ଫାଇନାଲ କ୍ରିକେଟ ମ୍ୟାଚରେ ମୁଖ୍ୟଅତିଥି ଭାବେ ବେଗୁନିଆ -ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ତଥା ବିଧାୟକ ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ଯୋଗଦେଇ ଚିତାକର୍ଷକ ଖେଳକୁ ଦେଖିବା ସହିତ ଖେଳାଳିମାନଙ୍କୁ ଉତ୍ସାହ କରିଥିଲେ l















